ନାମାଙ୍କନ ପତ୍ର ଭରିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ରାଇବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ପୁଅ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ, ଜ୍ୱାଇଁ ରବର୍ଟ ଭଦ୍ରା, ନାତି ରେହାନ ଏବଂ ନାତୁଣୀ ମିରାୟାଙ୍କ ସହ ଏକ ବିରାଟ ରୋଡ ଶୋ’ରେ ଆସି ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି ଅବସରରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେଇ କହିଛନ୍ତି, ମୋଦି ୨୦୦୪ ନିର୍ବାଚନ କଥା ଭୁଲନ୍ତୁ ନାହିଁ। ସେ ସମୟରେ ଅଟଳ ବିହାରୀ ବାଜପେୟୀ ଜଣେ ଅପରାଜୟ ନେତା ଥିଲେ କିନ୍ତୁ କଂଗ୍ରେସ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଜିତିଥିଲା। ତେଣୁ ଅତୀତକୁ ମୋଦି ଭୁଲନ୍ତୁ ନାହିଁ। ଗତ ୫ବର୍ଷ ସରକାରରେ ମୋଦି ଲୋକଙ୍କ ପାଇଁ କିଛି କରିନାହାନ୍ତି ବୋଲି ସୋନିଆ କହିଛନ୍ତି। ସୂଚନାଯୋଗ୍ୟ, ରାଇବରେଲି ଲୋକସଭା ଆସନରୁ ସୋନିଆ ୪ଥର ଏମ୍‌ପି ରହିସାରିଛନ୍ତି। ଏହି ଆସନଟି କଂଗ୍ରେସର ଗଡ ବୋଲି ମଧ୍ୟ କୁହାଯାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ