ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ

ନାଉଗାଁ,(ଯୁଗାଦ୍ଧ ନିଜ୍ୟୁ)ନାଉଗାଁ ବ୍ଲକ ନୁଆଗାଁ ଖଇରାଗଡସ୍ଥିତ ଅନନ୍ତ ଗୋପାଳ ପୀଠରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଗୋଠାଦ ମଠାଧିସ ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ । ନବଦିନ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତ୍ୟହ ଶ୍ରୀ ବିଗ୍ରହ ପୂଜା,ଶ୍ରୀରାମ ଚରିତ ମାନସ ପାରାୟଣ ପାଠ, ହନୁମାନ ଚାଳିଶା ପଠନ ଓ ଶ୍ରୀରାମ ଗବେଷକ, ପଣ୍ଡିତ ତଥା ସାଧୁସନ୍ଥମାନଙ୍କ ଦ୍ୱାରା ପ୍ରବଚନ ଆଦି କରାଯାଉଛି । ପ୍ରବଚନ କାର୍ଯ୍ୟକ୍ରମରେ ପ୍ରାଚୀଗୁରୁ ଧର୍ମକ୍ଷେତ୍ର ବାବା ଦାମୋଦର ଦାସ ମହାରାଜ,ସନ୍ୟାସୀ ବିଜୟ ରାଘବେନ୍ଦ୍ର ଦାସ,ପଣ୍ଡିତ ବସନ୍ତ କୁମାର ମଙ୍ଗରାଜ,ବେଦାନ୍ତ କେଶରୀ ବ୍ରହ୍ନଚାରୀ ସନ୍ତୋଷ ଚୈତନ୍ୟଜୀ ମହାରାଜ,ପଣ୍ଡିତ ହରିହର ଜେନା ପ୍ରମୂଖ ପ୍ରବକ୍ତାମାନେ ଯୋଗଦେଇ ରାମ ଚରିତ ମାନସ ବିଷୟରେ ବିଶଦ ଆଲୋକପାତ କରୁଛଣ୍ତି । ଏଥିରେ ବ୍ରହ୍ମଚାରୀ ଶ୍ୟାମ ଚରଣ ଦାସଜୀ ମହାରାଜ ପାରାୟଣ ବ୍ୟାସ ଓ ଧାରକ ଭାବେ ରହିଥିବା ବେଳେ ଡା.ସର୍ବେଶ୍ୱର ପରିଡା ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀରାମ ମଣ୍ଡପ କର୍ମକତା ଓ ସଭ୍ୟବୃନ୍ଦ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ