ଚତୁର୍ଥ ବିମୋହନ କଳା ସମ୍ମାନ

ଭୁବନେଶ୍ବର : ରବୀନ୍ଦ୍ର ମଣ୍ଡପଠାରେ ବିମୋହନ କ୍ରିଏଟିଭ୍‌ ଦ୍ବାରା ବିମୋହନ କଳା ସମ୍ମାନ -୨୦୨୦ ଓଡ଼ିଶୀ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶୀ ନୃତ୍ୟର ପ୍ରବୀଣା ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ବୀଣା କେଉମ୍, ସୁହାଗ ନଳିନୀ ଦାସ ନୃତ୍ୟ ପରିବେଷଣ କରିଥିଲେ। ସାନରୁ ବଡ଼ ପର୍ଯ୍ୟନ୍ତ ଅନେକ ନୃତ୍ୟଶିଳ୍ପୀ ଅନେକ ନୃତ୍ୟଶିଳ୍ପୀ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିଥିଲା। ସଂଯୁକ୍ତା ଦତ୍ତ ପ୍ରଧାନ ଏବଂ ଶିବାକ୍ଷ ଫାଉଣ୍ଡେସନର କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ। କଳାକାରମାନଙ୍କ ମଧ୍ୟରୁ ସବୁଠାରୁ କନିଷ୍ଠ ବାଳିକା ପ୍ରିୟାଂଶା ମିଶ୍ର ରାଉତଙ୍କ ମଙ୍ଗଳାଚରଣ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ପ୍ରିୟାଂଶଙ୍କ ବୟସ ଏବେ ୬ ବର୍ଷ ଏବଂ ସେ ସେଣ୍ଟ ଯୋଶେଫ୍‌ ହାଇସ୍କୁଲର ଛାତ୍ରୀ। ଏହି ଉତ୍ସବ ଗୁରୁଶ୍ରୀ ରଶ୍ମୀରଞ୍ଜନ ବାରିକଙ୍କ ପ୍ରଚେଷ୍ଟାରେ ପ୍ରତ୍ୟେକ ବର୍ଷ ହୋଇଆସୁଛି। ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଆଇଓସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ସି. ଚୋବେ, ଓଡ଼ିଶା ମାଇନିଂ କର୍ପୋରେସନର ମାନବ ସମ୍ବଳ ନିର୍ଦ୍ଦେଶକ ଶାନ୍ତନୁ ରଥ, ଓପିଜିସି ଏବଂ ଓଏଚପିସିର ବିତ୍ତ ନିର୍ଦ୍ଦେଶକ ପ୍ରଭାକର ମହାନ୍ତି, ଓଡ଼ିଆ ସମାଜ, ଦିଲ୍ଲୀର ଟ୍ରଷ୍ଟି ହିରଣ୍ୟ ମହାନ୍ତି ଏବଂ ବିଶିଷ୍ଟ ନୃତ୍ୟଶିଳ୍ପୀ ମୀରା ଦାସ ଯୋଗଦେଇ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ