ଗୌତମ ଗୌଡ଼ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ପ୍ରଥମ କ୍ୱାଟର ଫାଇନାଲରେ ହିଞ୍ଜିଳିକାଟୁ ଦଳ ବିଜୟୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ଶୁକ୍ରବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ପାତାଳେଶ୍ୱର କ୍ରିକେଟ କ୍ଳବ, ଚାଟୁଳା ଓ ଇଗଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପାତାଳେଶ୍ୱର କ୍ରିକେଟ କ୍ଳବ, ଚାଟୁଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ଇଗଲ କ୍ରିକେଟ କ୍ଳବ ୧୭.୩ ଓଭରରେ ୬ ଗୋଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ ଇଗଲ କ୍ରିକେଟ କ୍ଳବ ହିଂଜିଳିକାଟୁ ଦଳ ୪ ୱିକେଟରେ ବିଜୟ ଲାଭ କରିଥିଲା । ଇଗଲ କ୍ରିକେଟ କ୍ଳବର ଶ୍ରୀତମ ପ୍ରଧାନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ବିନୋଦ ବିହାରୀ ପାତ୍ର ଯୋଗଦେଇ ଶ୍ରୀତମଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ତାପସକାନ୍ତ ସାହୁ ଓ ଉମା ଶଙ୍କର ସାବତ ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ପ୍ରବୀଣ ଦାଶ ଓ ସୁନିଲ ତରାଇ ଦାୟିତ୍ୱ ନିର୍ବାହ କରିଥିଲେ । ଦିନେଶ ପାଣିଗ୍ରାହୀ, ରାଜେଶ ସାହୁ, ହିନ ବେହେରା, ବିଜ୍ରେଶ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।