କୃତୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା
କଣାସ(ଯୁଗାଦ୍ଧ ନ୍ୟୁଜ): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରବେଶିକା ପରୀକ୍ଷାରେ କଣାସ ବ୍ଲକ ଅଡାଲ ଆର୍ଶୀବାଦ ଶିଶୁ ମନ୍ଦିରର ଛାତ୍ର ଆଶୁତୋଷ ମହାପାତ୍ର ଓ ନୂଆଗାଁ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ଛାତ୍ର ସ୍ୱୟଂ ଶ୍ରୀଚନ୍ଦନ, ଗଞ୍ଜାମ ଜିଲ୍ଲାର ଖଲିକୋଟ ଠାରେ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ କୃତୀତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଅବସରରେ ସାନଓରା ହରଚଣ୍ଡୀ ବିଦ୍ୟାଳୟ ପରିସରରେ ଗତ ୬ତାରିଖ ଦିନ ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଛାତ୍ର ଦ୍ୱୟଙ୍କୁ ଉତରୀୟ ଓ ମହାପୁରୁଷଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ହେମନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂଗ୍ରାମ ପ୍ରତାପସିଂହ, ବେଲେଶ୍ୱର ଶବର ଅତିଥି ଭାବେ ଯୋଗଦେଇଥିଲେ ।


