ପୋଲିସ କବଜାରେ ୩ ପଥର ମାଫିଆ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାରେ ବେଆଇନ ଭାବରେ ଦୀର୍ଘ ଦିନ ଧରି ପଥର ମାଫିଆ ମାନେ ଆତଙ୍କରାଜ ଚଳାଇଥିବା ବେଳେ ଜଗନ୍ନାଥ ପ୍ରସାଦ ପୋଲିସ ଶନିବାର ଅଚାନକ ପଥର କୁଆଁରୀରେ ଚଢାଉ କରି ୩ ଜଣ ପଥର ମାଫିଆକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ ଅଂଚଳବାସୀ ବାରମ୍ବାର ପଥର ବେଆଇନ ପଥର ବିସ୍ପୋରଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା । ପୋଲିସ କୈାଣସି ବିଶ୍ୱସ୍ଥ ସୂତ୍ରରୁ ପୋଲିସ ଖବର ପାଇ ଅଚାନକ ଚଢାଉ କରି ୩ ଜଣ ପଥର ମାଫିଆଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଠିକଣା ରାଜସ୍ଥାନର ଭାଇଲିୱାରା ଅଂଚଳର ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନାମ ହେଲା ପୋକର ରେଗାର, ଗୋପାଲ ରେଗାର, କାଳୁ ବୀରକୁ ଗିରଫ ସହ ସେମାନଙ୍କ ଠାରୁ ପୋଲିସ ୨ ବଣ୍ଡଲ ଡିଟୋନେଟର , ୩୨୫ ଜିଲୋଟିନ୍ , ସମେତ ଗୋଟିଏ କମ୍ପ୍ରେସର ମେସିନ ଜବତ କରିଥିବା ସୂଚନା ଦେଇଛନ୍ତି ଗଂଜାମ ଏସପି ବ୍ରିଜେସ ରଏ ।