ଚିନ୍ତା ଓ ଚେତନାର ୪୦ ତମ ବୈଶାଖୀ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) : ଚିନ୍ତା ଚେତନା ପକ୍ଷରୁ ଓଡିଆ ନବବର୍ଷ ପାଳନ ମହୋସ୍ରବ ୪୦ ତମ ରାଷ୍ଟ୍ରୀୟ ବୈଶାଖି ମହୋସ୍ରବ ଅପ୍ରେଲ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ରିତିନୀତି ଅନୁଯାୟୀ ପାଳନ କରାଯିବ । ପ୍ରଫେସର ଗଣେଷୀଲାଲ ଅପ୍ରେଲ ୧୫ ତାରିଖରେ ଉଦଘାଟନ କରିବେ । ପୁରୀ ରଥଯାତ୍ରା ବିଦ୍ଧି ଅନୁଯାୟୀ ଦିବ୍ୟ ପହଣ୍ଡି ପରେ ପରେ ରାଜ୍ୟପାଳ ଗଣେଷ ଲାଲ ଚିନ୍ତା ଚେତନା ରଷ୍ଟ୍ରିୟ ସମ୍ମାନ -୨୦୧୯ ,୧୨ ଜଣ ପ୍ରତିଭା ଙ୍କୁ ପ୍ରଦାନ କରିବେ । ୯ ଜଣ ଙ୍କୁ ଚିନ୍ତା ଓ ଚେତନାର ବୈଶାଖି ସମ୍ମାନ ୨୦୧୯ ପ୍ରଦାନ କରାଯିବ । ଏହା ସହ ପୁଲୱାମା ଆକ୍ରମଣ ଘଟଣାରେ ସହିଦ ଯବାନ ମାନଙ୍କ ପରିବାର ମାନଙ୍କୁ ସମ୍ମାନ କରାଯିବ । ୨ ଦିନ ସଂନ୍ଧ୍ୟାରେ ପଦ୍ମଶ୍ରୀ ଅରୁଣା ମହାନ୍ତି ,ଗୁୂରୁ ଅଶୋକ ଘୋଷାଲ , ଓ ସାଥି ,ଗୁରୁ ପ୍ରଭାତ କୁମାର ସ୍ୱାଇଁ , ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଶେଷ ସଂନ୍ଧ୍ୟାରେ ଏକ ସୁଗମ ସଂଗୀତ କାର୍ଯ୍ୟକ୍ରମରେ ଓଡିଶାର କ୍ଷ୍ୟାତିନାମା କଣ୍ଠଶିଳ୍ପୀ ଅଂଶ ଗ୍ରହଣ କରିବେ ।


