ଗଜପତି ଜିଲାସ୍ତରୀୟ ପଲ୍ଲୀଶ୍ରୀମେଳା ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲାସ୍ତରୀୟ ପଲ୍ଲୀଶ୍ରୀମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା, ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଏହିପରି ପଲ୍ଲୀଶ୍ରୀ ମେଳା ଦ୍ୱାରା ଜିଲାର ଗ୍ରାମାଞ୍ଚଳରେଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଲାଭବାନ ହେବା ସହ ସେମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ୪ଦିନ ଧରି ଚାଲୁ ରହିବ । ଏହିମେଳାରେ ପ୍ରଦର୍ଶନୀ ନିମନ୍ତେ ୨୩୦ଗୋଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ ପଲ୍ଲୀଶ୍ରୀମେଳାପାଇଁ ୧୦୦ଗୋଟି ଷ୍ଟଲ ଖୋଲାଯାଇଛି । ଏହି ମେଳାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ଆଚାର, ପାମ୍ପଡ, ମାଣ୍ଡିଆ, ଅଦା, ହଳଦୀ ଏବଂ ବିଭିନ୍ନ ବନଜାତ ସାମଗ୍ରୀ, ଘରୋଇ ଉପକରଣ ଇତ୍ୟାଦି ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ରଖାଯାଇଛି । ସେହିପରି ଖାଦ୍ୟମେଳାରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଷ୍ଟଲମାନ ଖୋଲାଯାଇଛି । ସେହିପରି ପ୍ରଶାସନ ପକ୍ଷରୁ ବନବିଭାଗ, ମତ୍ସ୍ୟବିଭାଗ, ଓରମାସ, ସମ୍ମନ୍ୱିତ ଆଦିବାସୀ ସଂସ୍ଥା, କୃଷି ବିଭାଗ, ଉଦ୍ୟାନ, ସ୍ୱାସ୍ଥ, ବ୍ୟାଙ୍କ, ଶିଶୁ ସୁରକ୍ଷା, ଜିଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ବିଭିନ୍ନ ବିଭାଗର ଷ୍ଟଲ ଗୁଡିକ ଆକର୍ଷ ଢଙ୍ଗରେ ଖୋଲାଯାଛି । ଏହି ସବୁ ଷ୍ଟଲ ଗୁଡିକୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ମହାରାଜ ଗୋପୀନାଥ ଗଜପତି ଦେବଙ୍କ ମୃତ୍ୟୁ କାରଣରୁ ଏଠାରେ ଅନୁଷ୍ଠିତ ହେବାକୁଥିବା ଗଜପତି ଉତ୍ସବକୁ ବାତିଲ କରାଯାଇ କେବଳ ପଲ୍ଲୀଶ୍ରୀମେଳା ନିରାଡମ୍ବରରେ ଅନୁଷ୍ଠିତ ହେବାପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ