କେନ୍ଦ୍ରାପଡା – ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ତହସିଲର ଅତିରିକ୍ତ ତହସିଲଦାର ନମିତା ବାରିକ ଚଉଦକୁଲାଟ ବଜାର ନିକଟରେ ବେଆଈନ ଭାବରେ ବାଲି, ଚିପ୍ସ, ମେଂଟାଲ ପ୍ରଭୃତି ଲୋଡକରି ରାସ୍ତାରେ ଯାଉଥିବା ୫ଟି ଟ୍ରକ ଓ ଟ୍ରାକ୍ଟର ନିକଟରୁ ଶନିବାର ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।