ଅଭିଯୁକ୍ତ ବିଜେଡି ସମର୍ଥକଙ୍କ ଘରେ ରହୁଥିବା କାରଣରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମୁଣ୍ଡିଆସାହିରେ ୬ ବର୍ଷର ଶିଶୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏହି ଘଟଣାର ଅଭିଯୁକ୍ତ ବିଜୁ ଜନତା ଦଳର ସମର୍ଥକଙ୍କ ଘରେ ରହୁଥିବା କାରଣରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ନାବାଳିକାମାନଙ୍କ ଉପରେ ବଢିଚାଲିଥିବା ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ । ଗତ ୨୪ ଘଂଟା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ତଥା ରାଜଧାନୀ କମିଶନରେଟ ପୋଲିସର କ୍ଷେତ୍ର ଭିତରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଗଲା । ଏ ନେଇ ଶିଶୁର ସମ୍ପର୍କୀୟ ମାନେ ୪ ଘଂଟା ଥାନାରେ ଗୁହାରୀ କଲା ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କଲାନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ତୃତୀୟ ମହଲାର ବିନା ଅନୁମତିରେ ଓଡିଶାରେ କୌଣସି ଥାନାରେ ଓଡିଆ ଲୋକର ସାମାନ୍ୟ ଗୁହାରୀ ଶୁଣାଯାଉନାହିଁ । ସେହିପରି ଭୁବନେଶ୍ୱରର ପୋଲିସ କମିଶନରଙ୍କ କାର୍ଯ୍ୟକାରୀତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯଦି ପୋଲିସ ଅଧିକାରୀମାନେ ନିଜ ନୈତିକତାକୁ ବନ୍ଧା ପକାଇଦେବେ ତେବେ ଓଡିଶାର କଣ ହେବ? ବେବିନା, କୁନ୍ଦୁଲି, କନ୍ଧମାଳର ଛାତ୍ରୀଙ୍କ ଭଳି କେବେ ଝିଅ ମାନଙ୍କ ଉପରେ ଅତ୍ୟାଚାରର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବେ ଝିଅମାନଙ୍କ ଉପରେ ଅତ୍ୟାଚାର କମିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ନବୀନ ପଟ୍ଟନାୟକଙ୍କ ସରକାରରେ ସବୁଠୁ ମହିଳାମାନେ ଅତ୍ୟାଚାରିତ ହୋଇଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡି ପଡିଛି । ପୋଲିସ ଅପରାଧୀମାନଙ୍କ ଭିତରେ ଡର ତିଆରି କରିବା ବଦଳରେ ନବୀନ ପଟ୍ଟନାୟକଙ୍କର ସମାଲୋଚକ ମାନଙ୍କୁ ଶକ୍ତି ଲଗାଇ ଅଟକେଇବା, ଡରେଇବା, ମାରପିଟ କରିବା ଏବଂ ରାଜନୈତିକ କାମରେ ଲାଗିଛନ୍ତି । ବ୍ୟଭିଚାରୀ, ମହିଳା ବିରୋଧୀ ନବୀନ ବାବୁଙ୍କ ନେତୃତ୍ୱର ଲେଖା ଏବେ ଓଡିଶାର ଜନସାଧାରଣଙ୍କ ନିକଟରେ ଅଛି । ଓଡିଆ ଲୋକମାନେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟରେ ଏହାକୁ ପରାସ୍ତ କରି ଓଡିଆ ମା’ ଭଉଣୀଙ୍କର, ଓଡିଆ ଅସ୍ମିତା, ସ୍ୱାଭିମାନର ରକ୍ଷା କରିବେ । ଏତଦବ୍ୟତିତ ଓଡିଶାର ପୋଲିସ ବିଭାଗ ତା’ ସ୍ୱାଭାବିକ କାମ କରୁ । ଆଇନଶୃଙ୍ଖଳାକୁ କଡକାଡି ଭାବେ ପାଳନ କରାଯିବା ନେଇ ସେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ