ଅଜଣା ଗାଡି ଧକାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଯୋଡ଼ା – କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦାଫାଣ୍ଡି ଅନ୍ତର୍ଗତ ତଥା ୫୨୦ନଂ ଜାତୀୟ ରାଜପଥର ବିଲେଇପଦା କାରଣ ସାହି ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବିଲେଇପଦାଠାରୁ ରିମୁଳି ଅଭିମୁଖେ ବାଇକ୍ ନଂ ଓଡି୦୯ କେ ୫୯୭୫ ଯୋଗେ କିଶୋର କୁମାର ଗଡନାୟକ(୩୫) ନାମକ ଯୁବକ ଯାଉଥିବା ବେଳେ ଉକ୍ତସ୍ଥାନରେ ଏକ ଅଜଣା ଗାଡି ଧକା ଦେଇଥିଲା । ଫଳରେ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଟାଟାଷ୍ଟିଲ ଶବଖାନାରେ ରଖାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ମୃତ କିଶୋର କୁମାର ଗଡନାୟକଙ୍କ ଘର ଅନୁଗୁଳ ଜିଲା ପାଲ୍ଲଲହଡା ଥାନା ଅନ୍ତର୍ଗତ ଯଖପୁରା ଅଂଚଳରେ ବୋଲି ଜଣାପଡିଛି । ସେ ବିଲେଇପଦାରେ ଏକ ଘରୋଇ ଟେଲିକମ୍ ସଂସ୍ଥାରେ ରହି କାର୍ଯ୍ୟ କରୁଥିବା ଜଣାପଡିଛି ।