ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ କମଳ ବଣ୍ଟନ
କୋଦଳା,(ଯୁଗାବ୍ଦ ନ୍ୟୁଜ୍):ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତିରିଡା ଯୋଗ ବେଦାନ୍ତ ସେବା ସମିତି ଶାଖାରେ ଭଜନ କୀର୍ତ୍ତନ ସାଂଗକୁ ଗରିବ ତଥା ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରାଯାଇଥିଲା। ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଓଡିଶା ତଥା ଓଡିଶା ବାହାରେ ବିଭିନ୍ନ ଶାଖା ମାନଙ୍କରେ ପ୍ରବଳ ଶୀତକୁ ଆଖି ଆଗରେ ରଖି ଏଭଳି କାର୍ଯ୍ୟ ହାତକୁ ନିଆଯାଉଛି। ଏହି ଅବସରରେ ତିରିଡା ଓ ଆଖପାଖ ଅଞ୍ଚଳର ବହୁ ବୃଦ୍ଧ ବୃଦ୍ଧା ଉପସ୍ଥିତ ରହି କମଳ ଗ୍ରହଣ କରିଥିଲେ। ଏହାଛଡା ସେବା ସମିତି ପକ୍ଷରୁ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ରାୟପୁର ଯୋଗ ବେଦାନ୍ତ ସେବା ସମିତିର ସଂଚାଳକ ପ୍ରଫୁଲ୍ଲ ଭାଇ ଅଜୟ ସରୋଦେ, ମହିଳା ସମିତି ଅଧ୍ୟକ୍ଷ କୁସୁମ ଶର୍ମାଙ୍କ ସମେତ ସରିତା ଝାଡେ, ସାକ୍ଷୀ ଝାଡେ, ରାଜକୁମାରୀ ବାଘମାର, ରେଖା ନାୟକ, ତିରିଡା ସେବା ସମିତି ସଂଚାଳକ ପରମାନନ୍ଦ ଭାଇ, ଅଧ୍ଯକ୍ଷ ରମେଶ ଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।


