ଇଭିମେକୁ ନେଇ ପୁଣି ଦ୍ୱନ୍ଦ

ଇଭିଏମକୁ ନେଇ ବିରୋଧିଙ୍କ ବୈଠକ ହୋଇଛି । ବୈଠକରେ କଂଗ୍ରେସ ପୁଣ ଥରେ ଇଭିଏମର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଗଭୀ ଇଭିଏମ ଉପରେ ପ୍ରଶ୍ନ ଉଠାଇ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଏହା ଉପରେ ଠିକ ଭାବରେ ଧ୍ୟାନ ଦେଉନି ।ମନୁ ସିଙ୍ଗଭୀ କହିଛନ୍ତି ଯେ, ପ୍ରଥମ ଚରଣ ମତଦାନ ପରେ ହିଁ ପରେ ଏହା ଉପରେ ପ୍ରଶ୍ନ ଉଠାଇଥିଲୁ କିନ୍ତୁ ନିର୍ବାଚନ ଆୟୋଗ ଏହା ଉପରେ ଧ୍ୟାନ ଦେଇ ନଥିଲେ । ଯଦି ଆପଣ ଏକ୍ସ ଦଳର ବଟନ ଦବାଉଛନ୍ତି ତେବେ ତାହା ୱାଇ ଦଳକୁ ଯାଉଛି । ଭିଭିପାଟରେ ଆସୁଥିବା ଚିରିକୁଟି ମଧ୍ୟ ୭ ସେକେଣ୍ଡ ବଦଳରେ ୩ ସେକେଣ୍ଡ ପର‌୍ୟ୍ୟନ୍ତ ଦେଖାଯାଉଛି ।ଏହାସହ ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି ଯେ ଲକ୍ଷାଧିକ ମତଦାତାଙ୍କ ବିନା ଆଧାରରେ କଟାଯାଇଛି । ବିରୋଧୀ ଦଳମାନେ ନିର୍ବାଚନ ଆୟୋଗକୁ ଏକ ଲମ୍ୱା ସୂଚୀ ଦେଇଛନ୍ତି । ମନୁ ସିଙ୍ଗଭୀ ଆଗକୁ କହିଛନ୍ତି ଯେ ଆମେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ଏବଂ ଇଭିଏମରେ ହୋଇଥିବା ଗଡବଡି ଉପରେ ସାରା ଦେଶରେ ଅଭିଯାନ କରିବୁ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ୨୧ଟି ରାଜନୈତିକ ଦଳ ୫୦ ପ୍ରତିଶତ ମତଦାତାଙ୍କ ଚିରିକୁଟିର ମିଳନ ଇଭିଏମ ସହ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ