ପୁସ୍ତକ ମେଳାରେ ମନମୋହୁଛି ବହି
କେନ୍ଦ୍ରପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଲା ଟେଲିକମ ପଡିଆ ମହିପାଳ ଠାରେ କେମସ୍ ମ୍ୟାନେଜର୍ସ ଦ୍ୱାରା ଆୟୋଜିତ ପୁସ୍ତକ ମେଳା ଷଷ୍ଠ ଦିନରେ ପହଞ୍ଚିଛି । ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ମାନେ ପୁସ୍ତକ ମେଳାର ଭରପୁର ମଜାନେବା ସହିତ ବହି କିଣିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ଭିଡ ପରିଲକ୍ଷିତ ହେଉଥିବାର ଦେଖିବାକୁ ମିଳିଛି । ଏଥିସହ ଷଷ୍ଠ ସଂନ୍ଧ୍ୟାରେ ଭିତରକନିକା ବିଷୟ ଉପରେ ଆଧାରିତ ଇଂରାଜୀ ଭାଷାରେ ରଚନା ପ୍ରତିଯୋଗୀତାରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଶେଷରେ ରଚନା ୍ପ୍ରତିଯୋଗିତାରେ ଭାଗ ନେଇ କୃତି ଲାଭ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଉପଜିଲ୍ଲାପାଳଙ୍କ ଠାରୁ ପୁଷ୍ପଗୁଚ୍ଛ ଦେଇ ପୁରଷ୍କାର ବିତରଣ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ସମେତ ବହୁ ବରିଷ୍ଠ ବ୍ୟକ୍ତି କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ


