ଆରପାରିରେ ସଂଗୀତ ନିର୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତି
ପ୍ରଖ୍ୟାତ ସଂଙ୍ଗୀତ ନିର୍ଦେଶକଙ୍କ ୮୮ ବଷ ର୍ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଆଜି କଟକ ବାଦାମବାଡି ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସଂଗୀତ ଜଗତରେ ଏହି ତାରକା ହରାଇ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୧୯୩୨ ମସିହାରେ କେନ୍ଦ୍ରପଡା ଜିଲ୍ଲା ଅନ୍ତର୍ଗତ ପଟାମୁଣ୍ଡାଇର ପ୍ରସନାରେ ଜନ୍ମ ଗ୍ରହଣ କରିଥିଲେ । କଟକ ଆକାଶ ବାଣୀ କେନ୍ଦ୍ରରୁ ରାଖାଲ ମହାନ୍ତି ସଂଗୀତ ଜୀବନ ଆରମ୍ଭ କରିଥିଲେ । ତାଙ୍କ ସଂଗୀତ ଜୀବନ ମଧ୍ୟରେ ସେ ଫିଲ୍ମ ଘର ସଂସାର , ଅମର ପ୍ରେମ ,ତ୍ରିନାଥ ମେଳା , ଓ ଅକ୍ଷୟ ତୃତୀୟା ଆଦି ଉଲ୍ଲେଖନୀୟ , ଆଦି ବିଭିନ୍ନ ସଂଗୀତ ରଚନା କରି ସେ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ତରଫରୁ ରାଖାଲ ମହାନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରାଯାଉଛି ।


