ଗାୟତ୍ରୀ ପରିବାର ପକ୍ଷରୁ ଶ୍ରୀରାମ ନବମୀ ପାଳିତ
ବ୍ର୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମପୁର ସହରରେ ଅବସ୍ଥିତ ନିଳାଦ୍ରୀ ବିହାର ଗାୟତ୍ରୀ ଶକ୍ତିପୀଠରେ ଭଗବାନ ଶ୍ରୀରାମନବମୀ ଧୁମଧାମରେ ପାଳନ କରାଯାଇଛି । ଗାୟତ୍ରୀ ହୋମ ମାଧ୍ୟମରେ ଶ୍ରୀରାମ ନବମୀ ଗାୟତ୍ରୀ ପରିବାର ତରଫରୁ ପାଳନ କରାଯାଇଛି ।ଦାମୋଦର ହୋମର ସଂଞ୍ଚା,ଳନ କରିବା ସହ ଗାୟତ୍ରୀ ପରିବାର ତରଫରୁ ଏକ ଧର୍ମ ସଭା ଅନୁଷ୍ଠିତ କରାଯାଇଥିଲା । ଧର୍ମ ସଭାରେ ଓଡିଶା କେନ୍ଦ୍ରିୟ ଜୋନର ବଳର।।ମ ଗୈାତମ ଧର୍ମ ସଭାରେ ଉଦବୋଧନ ଦେଇଥିଲେ । ଗାୟତ୍ରୀ ମାଁ ହେଉଛନ୍ତି ସଦଭାବନାର ପ୍ରତିକ ବୋଲି ଭାଷଣ ଦେବା ସହ ମଙ୍ଗଳ କାମନା କରିଥିଲେ । ଏହା ସହ ୪ ଟି ପ୍ରବନ୍ଧକ ସମିତି ଗଠନ କରାଯାଇଥିଲା । ସଂଯୋଜକ ପ୍ରଫୁଲ ଦାସଙ୍କ ଶକ୍ତିପୀଠର ବ୍ୟବସ୍ଥାପକ , ଜୟ କିଶୋର ପଣ୍ଡା , କେନ୍ଦ୍ରିୟ ପ୍ରତିନିଧି ବଳରାମଙ୍କ ଉପସ୍ଥିତିରେ ପ୍ରାବନ୍ଧିକ ସମିିତିର ସଦସ୍ୟ ମାନଙ୍କ ସଂକଳ୍ପ ପତ୍ର ପୁରଣ କରାଯାଇଥିଲା । ସବିତା ସାହୁ , ଶ୍ରଦ୍ଧାଞ୍ଜଳି ପାଢୀ , ସରିତା ପଣ୍ଡା , ସୀତାରାମ ସ୍ୱାଇଁ , ପ୍ରମୋଦ କୁମାର ସାହୁ , ଭୀଷ୍ମଚାର୍ଯ୍ୟ ଚୈାଧୁରୀ , କୁମୁଦ ପ୍ରଧାନ ସୁରେନ୍ଦ୍ର ଚନ୍ଦ୍ର ତ୍ରୀପାଠୀ କୁମୁଦ ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇଥିଲେ ।
ଗାୟତ୍ରୀ ପରିବାର ପକ୍ଷରୁ ଶ୍ରୀରାମ ନବମୀ ପାଳିତ


