ମୁଖ୍ୟମନ୍ତ୍ରୀ ନିଜ ଦଳର ସାଂସଦଙ୍କ ପ୍ରତି ଅସହିଷ୍ଣୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ନବୀନ ବାବୁଙ୍କୁ ଗତ ନିର୍ବାଚନରେ ଓଡିଆ ଲୋକମାନେ ୨୦ ଲୋକସଭା ଦେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ କଣ କଲେ ? ମୁଖ୍ୟମନ୍ତ୍ରୀଙ୍କୁ ସଂସଦୀୟ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଦାୟିତ୍ୱ ବିରୋଧୀ ଦଳ ଭାବେ ଯଚାଯାଇଥିଲା । ରାଜ୍ୟ ସଭାର ଉପସଭାପତି ପଦ ମଧ୍ୟ ବିଜେଡିକୁ ଯଚାଯାଇଥିଲା । କାଳେ ଜଣେ ଓଡିଆ ସମ୍ବିଧାନିକ ପଦବୀରେ ରହି ନାଁ ନେଇଯିବ, ତାକୁ ବି ନେଲେନାହିଁ । ମୁଖ୍ୟମନ୍ତ୍ରୀ ନିଜ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପ୍ରତି ଅସହିଷ୍ଣୁ ବୋଲି ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ବାବୁ ଗତ ଥର ୨୦ ଜଣଙ୍କୁ ସାଂସଦ ପଠାଇଥିବା ବେଳେ ଏଥର ୧୬ ଜଣ ସାଂସଦଙ୍କୁ ବଦଳାଇ ଦେଇଛନ୍ତି । ଅନ୍ୟ ୪ ଜଣ ଏଥିପାଇଁ ରହିଲେ, କାରଣ ପୁରୀ ଓ ବାଲେଶ୍ୱରର ୨ ଜଣ ମୁଖ୍ୟମନ୍ତ୍ରୀଙ୍କ କଳକାରନାମାର ଓକିଲ । ଆଉ ଜଣେ ବଲାଙ୍ଗୀରର ଅନ୍ତରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ଦଲାଲର ଗୋଟିଏ ବଡ ର‌୍ୟାକେଟର ଅଂଶ ବିଶେଷ ଓ ବାକି ଭର୍ତୃହରି ମହତାବଙ୍କୁ ସାମ୍ନାରେ ରଖି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଟିକେଟ ଦେଲେ । ଖଣି ଦୁର୍ନୀତିର ଓକିଲ ପୁରୀର ଏମପି ପ୍ରାର୍ଥୀ ହୋଇ ରହିଲେ, ଖଣି ଦୁର୍ନୀତି କାରବାରରେ ସଂଶ୍ଲିଷ୍ଟ ବାଲେଶ୍ୱରର ସାଂସଦ ପ୍ରାର୍ଥୀ ରହିଲେ, ଅସ୍ତ୍ରଶସ୍ତ୍ର ବ୍ୟବସାୟ ଦଲାଲଙ୍କ ମଧ୍ୟସ୍ଥି କରୁଥିବା ବଲାଙ୍ଗୀରର ସାଂସଦ ମଧ୍ୟ ବିଜେଡିର ପ୍ରାର୍ଥୀ ଭାବରେ ପୁନର୍ବାର ନିର୍ବାଚନ ଲଢିଲେ ବୋଲି ସେ କହିଛନ୍ତି । କଟକ ସାଂସଦ ଭର୍ତୃହରି ମହତାବ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି । କଟକ ଚଣ୍ଡି ମନ୍ଦିରରେ ଗୋଟିଏ ତୋରଣ ପାଇଁ ଭର୍ତୃହରି ରାଜ୍ୟ ସରକାରଙ୍କୁ ଅନୁରୋଧ କଲା ପରେ ମଧ୍୍ୟ ହୋଇପାରିଲା ନାହିଁ । ଭାରତ ସରକାରଙ୍କୁ ଅନୁରୋଧ କରିବା ପରେ କୋଲ ଇଣ୍ଡିଆ ତରଫରୁ ଚଣ୍ଡି ମନ୍ଦିରରେ ତୋରଣ ବନାଗଲା । ତେବେ ଭର୍ତୃହରି ମାଁ ଚଣ୍ଡି ଙ୍କ ସାମ୍ନାରେ ଠିଆ ହୋଇ କେନ୍ଦ୍ରୀୟ ଅବହେଳା ହୋଇଛି କି ନାହିଁ ତାହା କୁହନ୍ତୁ? ତାଙ୍କୁ ଫାଇନ୍ସାସ ଷ୍ଟାଣ୍ଡି କମିଟିର ଦାୟିତ୍ୱ ମୋଦି ସରକାରଙ୍କ ତରଫରୁ ଯଚାଯାଉଥିଲା ନା ନାହିଁ ଓ ଏହାକୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ପ୍ରତ୍ୟାଖାନ କରିଥିଲେ କି ନାହିଁ ମାଁ ଚଣ୍ଡିଙ୍କ ଆଗରେ ଠିଆ ହୋଇ ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ତାମିଲ ଅଫିସରଙ୍କୁ ପସନ୍ଦ ହେଲା ନାହିଁ ବୋଲି ତାଙ୍କୁ ମନାକରାଗଲା କି ନା ଆଉ କିଏ ଦିଲ୍ଲୀରେ ପ୍ରଭାବଶାଳୀ ହୋଇଯିବ ବୋଲି ଏହା କରାଗଲା ନାହିଁ । ଯେତେ ଅସହିଷ୍ଣୁ ଓଡିଆ ଜନଜୀବନ ପ୍ରତି ରହିଛି, ସେମାନଙ୍କ ସୁଆଙ୍ଗ ଏଥର ଶେଷ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ମୁଖ୍ୟମନ୍ତ୍ରୀ ଦୁର୍ବଳ ଶାସନ ଚାହୁଁଛନ୍ତିା ଭାରତରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନହୁଅନ୍ତୁ ବୋଲି ସେ ଚାହୁଁଛନ୍ତି, ଓଡିଆ ଲୋକ ଏଥର ତାଙ୍କୁ ପାନେ ଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ