ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସାରା ରାଜ୍ୟ ଉତ୍ସାହିତ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଅଭୁତପୂର୍ବ ଜନସମର୍ଥନ ଦେଖାଦେଇଛି । ମୋଦି ଲହର ଓଡିଶାରେ ବୋହୁଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ରାଜଧାନୀ ଭୁବନେଶ୍ୱର ଆସୁଥିବା କାରଣରୁ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସାରା ରାଜ୍ୟ ଉତ୍ସାହିତ ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପର୍ବରୁ ଭୁବନେଶ୍ୱରରେ ସଭାସ୍ଥଳରେ ଦଳୀୟ ପ୍ରସ୍ତୁତି ସମୀକ୍ଷା କରିବା ପରେ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖ ଦିନ ପୁନର୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ୧୦ଟାରେ ସମ୍ବଲପୁରରେ ଏକ ଜନସଭାକୁ ସମ୍ବୋଧିତ କରିବେ ଏବଂ ଏହି କାର୍ଯ୍ୟକ୍ରମ ସାରି ଛତିଶଗଡ ଯିବେ । ଛତିଶଗଡରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବା ପରେ ପୁଣି ସେହିଦିନ ସଂଧ୍ୟା ୫ଟାରେ ଭୁବନେଶ୍ୱରରେ ପହଁଚିବେ । ଏଠାରେ ଏକ ଜନସଭାରେ ସମ୍ବୋଧିତ କରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଦଳ ତରଫରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସମସ୍ତଙ୍କ ଅପେକ୍ଷା ରହିଛି । ଏହି ସଭା ପରେ ସହରରେ ମୋଦି ଲହର ତୀବ୍ର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାରେ ମୋଦିଙ୍କ ପ୍ରଭାବରେ ଶାସକ ଦଳ ଛାନିଆ ହୋଇଗଲାଣି । ନବୀନ ବାବୁ ସକାଳୁ ଉଠୁ ଉଠୁ ପାଣି ପିଇ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେଉଛନ୍ତି । ଓଡିଶା ତାଙ୍କ ବ୍ୟକ୍ତିଗତ ସମ୍ପତି ଭଳି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନକରିବା ପାଇଁ ସେ କହୁଛନ୍ତି । ଓଡିଆ ଲୋକମାନେ ତାଙ୍କ ଅପାରଗତା ସମ୍ପର୍କରେ ପଚାରିଲେଣି । ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ପାଣି ମୁନ୍ଦେ ପିଇବାକୁ ଓ ଜମିକୁ ମିଳୁନାହିଁ, ରୋଜଗାର ନାହିଁ, ନାରୀମାନଙ୍କ ପ୍ରତି ଅତ୍ୟାଚାର ବଢିଛି । ଏ ସବୁ ଅବ୍ୟବସ୍ଥାରୁ ମୁହଁ ଲୁଚାଇବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା ପାଇଁ ନବୀନ ବାବୁ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା ନିଷ୍ପତି କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ