ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ ଦୁଇଦିନିଆ ରକ୍ତଦାନ ଶିବିର୧୩୭ ୟୁନିଟ ରକ୍ତ ସଂଗ୍ରହ

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ତରଫରୁ  ଆୟୋଜିତ ଦୁଇଦିନିଆ ରକ୍ତଦାନ ଶିବିର ଉଦଯାପିତ  । ଗ୍ରାସୀମ ଷ୍ଟାପ କଲୋନୀରେ  ପ୍ରଥମ ଦିବସରେ ଅନୁଷ୍ଠିତ ରକ୍ତଦାନ ଶିବିର କୁ ଗ୍ରାସୀମ ଇଣ୍ଡୋଷ୍ଟିଜ ର  ୟୁନିଟ ମୁଖ୍ୟ ଶଶାଙ୍କଶେଖର  ପାରିକ ଉଦଘାଟନ କରିଥିବା ବେଳେ, କେ.ଜି . ଗ୍ୟାନିରୀୟଲ , ବିକାଶ ମାହେଶ୍ୱରୀ,  ଓ ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ ।  ସେହିପରି  ଦ୍ୱିତୀୟ ଦିନ  ରେ ଭାରତୀ ବିଦ୍ୟା ପୀଠ  ପରିସରରେ  ଉଦଯାପନୀ ଦିବସରରେ ଗଞ୍ଜାମ ବିଇଓ ସୁବାସ ଚନ୍ଦ୍ର ଘଡେଇ, ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ, ସଂମ୍ମାନୀତ ଅତିଥି ରୂପେ ଏବିଇଓ  ବିଜୟ କୁମାର ବେହେରା, ଭାରତୀ ବିଦ୍ୟା ପୀଠ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ଦାଶ,ଗ୍ରାସୀମ ର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ପ୍ରବୀଣ କୁମାର ଦାଶ ଯୋଗ ଦେଇଥିଲେ । ଦୁଇଦିନିଆ ରକ୍ତଦାନଶିବିରକୁ  ସି.ଏସ.ଆର ଅଧିକାରୀ ସୁଶାନ୍ତ ଦାସ ପରିଚାଳନା କରିଥିଲେ । ଏଥିରେ ବ୍ରହ୍ମପୁର ମେଡ଼ିକାଲ ର ରକ୍ତଭଣ୍ଡାର ଷ୍ଟାପ ଆସି ରକ୍ତସଂଗ୍ରହ କରିଥିବା ବେଳେ ଛତ୍ରପୁର ମେଡିକାଲ ର  ଅଚ୍ୟୁତା ନନ୍ଦ ରାଉତରାୟ,  ସ୍ୱେଚ୍ଛାସେବୀ ବିନୋଦ ଚନ୍ଦ୍ର ପଲେଇ, ପ୍ରଭାତ ସାହୁ , ହରିହର ବାରିକ ପ୍ରମୁଖ ସହ ଯୋଗାଯୋଗ କରିଥିଲେ । ଏହି ଦୁଇଦିନିଆ ରକ୍ତଦାନ ଶିବିରରୁ ୧୩୭  ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ