ଚୈତ୍ର ଶେଷ ମଙ୍ଗଳବାର : ଶ୍ୟାମଳାଇ ପୀଠ ଚଳଚଂଚଳ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଚୈତ୍ର ମାସ ଶେଷ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ତଥା ସ୍ଥାନୀୟ ଅଂଚଳର ଇଷ୍ଟଦେବୀ ମା ଶ୍ୟାମଳାଇ ପୀଠରେ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମଙ୍ଗଳ ଆଳତି, ମଇଲମ, ସୂର୍ଯ୍ୟପୁଜା, ଚଇପତି ଲାଗି, ବାଳଭୋଗ ସମେତ ସମସ୍ତ ଦେବିନୀତି ସମାପନ ପରେ ଭକ୍ତ ମାନଙ୍କୁ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ମଧ୍ୟକୁ ପ୍ରବେଶ ସକାଶେ ଅନୁମତି ଦିଆଯାଇଥିଲା । ଭକ୍ତ ମାନେ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ ବହୁ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରି ରହିଥିଲେ । ମାନସିକ ଧାରୀ ମାନେ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରାଇଥିଲେ । ବହୁ ଦୁର ଦୂରାନ୍ତରରୁ ଭକ୍ତ ମାନେ ସୋମବାର ରାତିରୁ ଆସି ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ । ମନ୍ଦିର ଚର୍ତୁପ୍ୱାଶ୍ୱର୍ରେ ଭକ୍ତ ମାନେ ନିଜ ନିଜର ପରିବାର ବନ୍ଧୁବର୍ଗଙ୍କ ସହ ଭୋଜିଭାତର ଆୟୋଜନ କରିଥିଲେ । ମନ୍ଦିର ଚର୍ତୁପ୍ୱାର୍ଶରେ ବିଭିନ୍ନ ରକମର ଖେଳଣା, ବାରମଜା, ଥଣ୍ଡାପାନୀୟ ଦୋକାନର ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଥିଲା । ମନ୍ଦିର ନିକଟରେ ଛାଗବଳି ନିଷେଧ ହୋଇଥିଲେ ମଧ୍ୟ ବହୁ ଭକ୍ତ ନିଜ ନିଜର ବନ୍ଧୁ ବାନ୍ଧବ ଓ ପରିବାର ବର୍ଗଙ୍କ ସହ ମିଶି ମନ୍ଦିର ନିକଟରେ ଛାଗବଳି ଦେଉଥିବାର ଦୃଶ୍ୟ ବହୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି କରିଥିଲା । ଦନିତମାମ ଗ୍ରୀଷ୍ମର ପ୍ରକୋପ ଜାରୀ ରହିଥିଲେ ମଧ୍ୟ ଭକ୍ତ ମାନେ ମନ୍ଦିର ଚାରିପାଖରେ ଭିଡ଼ ଜମାଇଥିଲେ । ଗ୍ରୀଷ୍ମ ପ୍ରବାହକୁ ଆଖି ଅଗରେ ରଖି ସ୍ୱେଛାସେବି ସଙ୍ଗଠନ ପକ୍ଷରୁ ଶୀତଳ ପାନୀୟ ଜଳ ବଂଟନ ଓ ସିଂଚନ କରାଯାଇଥିଲା । ମଙ୍ଗଳବାର ଦିନତମାମ ଗ୍ରୀଷ୍ମର ପ୍ରକୋପ ଜାରୀ ରହିଥିଲେ ମଧ୍ୟ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଥିଲା । ଶ୍ୟାମଳାଇ ଛକ ତଥା ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଦୁରଦୁରାନ୍ତରରୁ ଆସିଥିବା ଗାଡ଼ି ମୋଟର ଗୁଡ଼ିକ ଲମ୍ବା ଲାଇନରେ ରହିଥିବାର ଦେଖିବାକୁ ମିଳିଥିଲା । ଭକ୍ତ ମାନଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସନ୍ଧ୍ୟାରେ ଭକ୍ତ ମାନେ ନିଜ ନିଜର କାର୍ଯ୍ୟ ସମାପନ କରି ଆନନ୍ଦ ଚିତରେ ଘରକୁ ପ୍ରର୍ତ୍ୟାଗମନ କରିଥିଲେ । ମା’ ଙ୍କ ଚୈତ୍ର ପର୍ବ ଶେଷ ହୋଇଥିବାର ସନ୍ଧ୍ୟାରେ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ