କାଏରନ୍ ତୈଳ ଏବଂ ବାଷ୍ପ ଅଜୟ ଦୀକ୍ଷିତଙ୍କୁ ଏହାର ମୁଖ୍ୟ ପରିଚାଳକ ଅଧିକାରୀ ଭାବେ ଗ୍ରହଣ କରିଛି

କାଏରନ୍ ତୈଳ ଏବଂ ବାଷ୍ପ ଯାହାକି ବେଦାନ୍ତ ଲିମିଟେଡ଼ର ସମକକ୍ଷ ତଥା ଭାରତର ଏକ ବୃହତ୍ ସ୍ୱାଧୀନ ତୈଳ ଏବଂ ବାଷ୍ପ ଅନ୍ୱେଷଣ ତଥା ଉତ୍ପାଦନ କମ୍ପାନୀ ଅଜୟ ଦିକ୍ଷୀତଙ୍କୁ ଏହାର ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ଘୋଷଣା କରିଛି । ସେ ସୁଧିର ମାଥୁରଙ୍କ ଯେକି ସଫଳତାର ସହ ୭ବର୍ଷ ଏହି କମ୍ପାନୀରେ କାମ କରି ସାରିଲା ପରେ ବ୍ୟକ୍ତିଗତ ଚେଷ୍ଟା ପାଇଁ ଏଠାରୁ ଛାଡ଼ିଛନ୍ତି । ଏକ୍ତି କ୍ଷେତ୍ରରେ ୩୯ ବର୍ଷର ପାରଦର୍ଶର୍ିତା ପରେ ୨୦୧୫ରେ ଅଜୟ ବେଦାନ୍ତରେ ସାମିଲ ହୋଇଥିଲେ । ପୂର୍ବରୁ ସେ ସିମେନ୍ରେ ମଧ୍ୟ ସିଇଓ ଥିଲେ ଯାହାକି ଦକ୍ଷିଣ ଏସିଆରେ ଶକ୍ତି କ୍ଷେତ୍ର ପାଇଁ ଥିଲା । ଅଜୟ ବେଦାନ୍ତର ଆଲୁମିନିୟମ ଏବଂ ଶକ୍ତି ବ୍ୟବସାୟର ସିଇଓ ଭାବେ କାର୍ଯ୍ୟ କରିଥିଲେ ଏହି ନୂତନ ପଦବୀରେ ଅଧିଷ୍ଠିତ ହେବାପୂର୍ବରୁ । ସମନ୍ୱୟ, ପରିଚାଳନା,ପ୍ରଯୁକ୍ତି କ୍ଷେତ୍ର, ଅର୍ଥ ଏବଂ ଆଇନ ପରାମର୍ଶ ଭଳି ବିଭିନ୍ନ ବିଭାଗର ସେ ପାରଦର୍ଶିତା ଦେଖାଇଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱରେ କାଏରନ୍ ବାରମର ବ୍ଲକରେ ପୂର୍ଣ୍ଣ କ୍ଷମତା ସମ୍ପନ୍ନ ଭାବରେ କାର୍ଯ୍ୟ ନିର୍ବାହ ପାଇଁ ଖୋରାଖ ଯୋଗାଇବା ସହିତ ଅଫସୋର ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ସହିତ ଓଏଏଲପି୧ ଏବଂ ଡ଼ିଏସଏଫ୨ ଅଧୀନରେ ନୂଆ ବ୍ଲକର ସୁଯୋଗ ଦେବା ସହିତ ଏକ ବଳିଷ୍ଠ ଏବଂ ଅଧିକ ଉନ୍ନତ ଅନୁଷ୍ଠାନ ଭାବେ ନିଜକୁ ପ୍ରତିପାଦନ କରିପାରିଛି । ଏହି ଅବସରରେ ନିଜର ମତ ରଖି ଶ୍ରୀନିବାସନ୍ ଭେଙ୍କଟକ୍ରିଷ୍ଣନ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ବେଦାନ୍ତ କହିଲେ, “ଆମେ ଅତି ଆନନ୍ଦର ସହିତ ଆମର ତୈଳ ଏବଂ ବାଷ୍ପ ବ୍ୟବସାୟ ପାଇଁ ଶ୍ରୀଯୁକ୍ତ ଅଜୟଙ୍କୁ ସିଇଓ ଭାବରେ ନିଯୁକ୍ତ କରୁଛୁ । ଆମେ ପରିଚାଳନା କରୁଥିବା ବଜାରଗୁଡ଼ିକୁ ସେ ତାଙ୍କର ବଳିଷ୍ଠ ବୁଝାମଣାରେ ଭଲ ଭାବରେ ନିର୍ବାହ କରିପାରିବେ । ସେ ଜଣେ ଚମକ୍ରାର ବ୍ୟକ୍ତିତ୍ୱ ଏବଂ ମୂଲ୍ୟବାନ ନେତୃତ୍ୱର ଅଧିକାରୀ ଅଟନ୍ତି ଏବଂ ନିଜର କୃତିତ୍ୱ ବଳରେ ସେ ଏକ ଉତମ ଗୁଣର କାର୍ଯ୍ୟନିର୍ବାହୀ ଭାବରେ ନିରାପଦ ଏବଂ ଉତମ ମାନର କାର୍ଯ୍ୟ ଧାରଣ କରିପାରିଛନ୍ତି । ଆମର ଦୃଢ଼ ବିଶ୍ୱାସ ସେ ପୁନର୍ବାର ଆମର ତୈଳ ଏବଂ ବାଷ୍ପ କ୍ଷେତ୍ରରେ ଥିବା ତାଙ୍କର କାର୍ଯ୍ୟସମ୍ବନ୍ଧୀୟ ଦକ୍ଷତାକୁ ପୁନର୍ବାର ପ୍ରତିପାଦିତ କରି ଏହାର ଉନ୍ନତି ପାଇଁ ତତ୍ପର ରହିବେ । ତାଙ୍କର ସହଯୋଗ ତଥା ନେତୃତ୍ୱ ପାଇଁ ଆମେ ଗଭୀର ସହିତ ଆମର ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କର ଏକ ଉଜ୍ୱଳ ଭବିଷ୍ୟତ ପାଇଁ କାମନା ଜଣାଉଛୁ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ