୫୫ ନମ୍ବର୍ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବ୍ୟାଘାତ
ଅନୁଗୁଳ :(ଯୁଗାବ୍ଦ ନ୍ୟୁଜ) ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ୫୫ ନମ୍ବର୍ ଜାତୀୟ ରାଜପଥ ଉପରେ ବିଜୁଳି ବିଭାଗ ର ଏଲ୍ ଟି ତାର ଛିଣ୍ଡୀ ଘଣ୍ଟା ଘଣ୍ଟା ଧରି ଯାନବାହାନ ଯିବା ଆସିବା ବ୍ୟାଘାତ ସ୍ରୁଷ୍ଟି ହୋଇ ଥିଲା। ସକାଳ ପ୍ରାୟ ତାର ଛିଣ୍ଡୀ ଯିବାପରେ ସ୍ଥାନୀୟ ଲୋକଙ୍କ ମାନେ ଏନ୍ଜେଏନ୍ କୁ ବରମ୍ବାର ଫୋନ କରିଥିଲେ। କେତେ ନମ୍ବର୍ ରିଙ୍ଗ ହେଉଥିଲା ଓ ଆଉ କେତେ ନମ୍ବର୍ ବନ୍ଦ ଅଛି ବୋଲି କହିଥିଲା। ବିଜୁଳି ବିଭାଗର ଏପରି କାର୍ଯ୍ୟ କୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରାୟ ୨ ଘଣ୍ଟା ପରେ ବିଜୁଳି ବିଭାଗ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ କାମ ଆରମ୍ଭ କରିଥିଲେ।