ଚିରନିଦ୍ରାରେ ବିଶିଷ୍ଠ ଶିକ୍ଷାବିତ୍ ତାରାପ୍ରସାଦ ମହାପାତ୍ର

ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ଖଲ୍ଲିକୋଟର ରାମଚନ୍ଦ୍ର ମର୍ଦରାଜ ନହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଦକ୍ଷିଣ ଓଡିଶାର ପ୍ରମୁଖ ମହାବିଦ୍ୟାଳୟ ଅଧ୍ୟକ୍ଷ ଥିବା ତାରାପ୍ରସାଦ ମହାପାତ୍ର ଆଉ ନାହାନ୍ତି । ସୋମବାର ସକାଳେ ଗଜପତିନଗରରେ ଥିବା ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏକାଧାରାରେ ଜଣେ ବିଶିଷ୍ଠ ଶିକ୍ଷାବିତ୍‌,ବୁଦ୍ଧିଜିବୀ ଭାବେ ସହରରେ ବେଶ୍ ଜଣାଶୁଣା ଥିଲେ ଶ୍ରୀଯୁକ୍ତ ମହାପାତ୍ର । ତାସହ ସେ ଜଣେ ସ୍ପଷ୍ଟବାଦୀ,ପରଉପକାରୀ,ବିଦ୍ୱାନ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟଅବସ୍ଥାରୁ ଜଣେ ଜ୍ଞାନୀଗୁଣି ହେବେ ବୋଲି ଜଣାପଡିଥିଲା । ମୃତ୍ୟୁ ବେଳକୁ ତାଙ୍କ ମର ଶରୀର ନିକଟରେ ପୁତ୍ର ସୁଧାଂଶୁ ମହାପାତ୍ର , ଜଗନମୋହନ ମହାପାତ୍ର, ଅଖିଳ ମୋହନ ମହାପାତ୍ର, ନିଖିଳ ମୋହନ ମହାପାତ୍ର, ପ୍ରୀତି ମୋହନ ମହାପାତ୍ରଙ୍କ ସମେତ ପୁତ୍ରବଧୁ ମାନେ ଉପସ୍ଥିତ ଥିଲେ । ତାଙ୍କ ଖବର ପ୍ରଚାର ହେବା କ୍ଷଣି ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ଭିଡ ଯମାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ