ବନ୍ତଳା ଠାରେ ବିଜେଡିର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ
ଅନୁଗୋଳ ଅଫିସ : ଅନୁଗୋଳ ନିର୍ବାଚନମଣ୍ଡଳୀ ବନ୍ତଳା ଅଞ୍ଚଳରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ବନ୍ତଳା ଠାରେ ମଧ୍ୟାହ୍ନରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେଇଥିଲେ l ଆଖାପାଖର ବହୁ ଲୋକ ନିଜର ନେତାଙ୍କୁ ସମ୍ମୁଖରେ ଦେଖି ଖୁସି ହୋଇଥିଲେ l ସଭା ଶେଷରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୁଣି ଫେରି ଯାଇଥିଲେ l ଅନୁଗୋଳ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ସିଂହ ଓ ଢେଙ୍କାନାଳ ଏମ୍ପି ପ୍ରାର୍ଥୀ ମହେଶ ସାହୁଙ୍କୁ ଭୋଟ ଦେବା ଲାଗି ସେ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଅଛନ୍ତି। ଆଖ ପାଖ ଅଞ୍ଚଳରୁ ବହୁତ ଲୋକ ସଭାରେ ଯୋଗଦେଇ ଥିଲେ l


