ବହୁ ଶିଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା- କେନ୍ଦ୍ର ସାର ସଚିବ
ଭୂବନେଶ୍ୱର- ୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ୟ୍ୟକ୍ଷମ ହେବ ତାଳଚେର ସାର କାରଖାନା କାର୍ଯ୍ୟକରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସାର ମନ୍ତ୍ରାଳୟର ସଚିବ ଛବିଳେନ୍ଦ୍ର ରାଉଳ । ଏହା ସାରକାରଖାନା ଦୈନିକ ୨୨୦୦ ଟନ୍ ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ ହେବ । ଏହା ବ୍ୟତୀତ ୧୦୦ ମେଟ୍ରିକ୍ ଟନ୍ ବିକ୍ରିଯୋଗ୍ୟ ଅତିରିକ୍ତ ସଲଫର୍ ମଧ୍ୟ ଉତ୍ପନ୍ନ ହେବ । ତାଳଚେରରେ ଗଚ୍ଛିତ ପ୍ରଚୁର ପରିମାଣର କୋଇଲାକୁ ପରିବେଶ ବୈକଳ୍ପିକ ଉପଯୋଗ କରାଯିବ । ଯାହା ଫଳରେ ୨.୩୮ମିଲିୟନ୍ କ୍ୟୁବିକ୍ ମିଟର ପ୍ରାକୃତିକ ଗ୍ୟାସ ମଧ୍ୟ ଉତ୍ପାଦନ ହେବ, ଯାହା ଏଲ୍ ପି ଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବ । କାରଖାନା ନିର୍ମାଣ ସମୟରେ ପାଖାପାଖି ୧୦ହଜାର ନିଯୁକ୍ତି ସୁଯୋଗ ପାଇବେ ଓ କାର୍ୟ୍ୟକ୍ଷମ ହେବା ପରେ ପ୍ରାୟ ୪ ହଜାର ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ନିଯୁକ୍ତି ମିଳିପାରିବ । କାରଖାନା ନିର୍ମାଣ ପାଇଁ ବର୍ତ୍ତମାନ ସୁଦ୍ଧା ୮ ହଜାର କୋଟି ଟଙ୍କାର ଚୁକ୍ତି କରାଯାଇସାରିଲାଣି ।


