କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ରେ ଜମୁଛି ପ୍ରଚାର

କୁଚିଣ୍ଡା :କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ଆସନ୍ତା 23 ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ l ନିର୍ବାଚନ ଯେତେ ପାଖ କୁ ଆସୁଛି ରାଜନୀତି ର ମାହୋଲ ସେହିପରି ଭାବରେ ସରଗରମ ହେବାରେ ଲାଗିଛି l ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ ମାନେ ଗାଁ ଗାଁ ଘର ଘର ବୁଲି ନିଜ ଦଳ ସପକ୍ଷ ରେ ଭୋଟ ମାଗୁଛନ୍ତି l ଏଥର କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଦଳ ପକ୍ଷରୁ ଜୋରସୋର ରେ ପ୍ରଚାର କରାଯାଉଛି l ଆଜି ସମ୍ବଲପୁର ର ବିଜୁ ଜନତା ଦଳ ର ଲୋକ ସଭାପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଏବଂ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାନସଭା ପ୍ରାର୍ଥୀ କିଶୋର ଚନ୍ଦ୍ର ନାଏକ ଙ୍କ ସହିତ ବିଜୁ ଜନତା ଦଳକର୍ମୀ କୁଚିଣ୍ଡା,ଲାଡ, ଲସା ଚାନ୍ଦନୀମାଲ, ବକ୍ସମା, କୁସୁମୀ ଗ୍ରାମର ଘର ଘର ଗାଁ ଗାଁ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବିକାଶ ଧାରା କୁ ପ୍ରସଙ୍ଗ କରି ଭୋଟର ମାନଙ୍କ ପାଖକୁ ଯାଉଛନ୍ତି ଏବଂ ନିଜ ଦଳ ସପକ୍ଷରେ ଭୋଟ ଭିକ୍ଷା ମାଗୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ