ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀଦଳ ନେତା ପ୍ରଦୀପ୍ତ
ଭୁବନେଶ୍ୱର :- ବିଧାନସଭାର ସମସ୍ତ କ।ର୍ଯ୍ୟ ଓଡ଼ିଆ ଭାଷାରେ ସଂପାଦନ କରିବା ପାଇଁ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠି ଜରିଆରେ ସେ କହିଛନ୍ତି , ଓଡ଼ିଶା ତଥା ଏହାର ଅଧିବାସୀ ଓଡ଼ିଆଙ୍କ ପ୍ରାଣ ଓ ଆତ୍ମା ହେଉଛି ଓଡ଼ିଆ ଭାଷା। ଏହି ଭାଷା ଜରିଆରେ ସେମାନେ ସ୍ୱାଭାବିକ ଭାବେ ନିଜସ୍ୱ ଚିନ୍ତା ଚେତନାର ପରିପ୍ରକାଶ କରିବା ସହିତ ମୌଳିକ ଅଧିକାର ସାବ୍ୟସ୍ତ କରିଥାଆନ୍ତି । ସେମାନଙ୍କର ଦୀର୍ଘ ଦିନର ଦାବି ପରେ ବି ସରକାରୀ କ।ର୍ଯ୍ୟ ସଂପୂର୍ଣ୍ଣ ରୂପେ ଓଡିଆ ଭାଷାରେ ସଂପାଦିତ ହୋଇପାରୁ ନାହିଁ । ବର୍ତ୍ତମାନ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ସମ୍ମିଳିତ ଦାବି ଫଳରେ କିଛି ଗୁରୁତ୍ୱପୂର୍ଣ୍ଣ କ।ର୍ଯ୍ୟ।ଇଂରାଜୀ ସହିତ ଓଡ଼ିଆ ଭାଷାରେ ପ୍ରକାଶନ କରାଯାଉଛି। ସେଗୁଡ଼ିକ ମଧ୍ୟରେ ବିଧେୟକ, ଆଇନ, ବିଜ୍ଞପ୍ତି, ବିବୃତି, ବଜେଟ: ଏକ ଦୃଷ୍ଟିପାତ, ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ, ଚିଠା ପ୍ରସ୍ତାବ, ବିଭିନ୍ନ ବିଭାଗ ଓ ନିଗମର ବାର୍ଷିକ କାର୍ୟ୍ୟାବଳୀ ବିବରଣୀ ମୁଲତବୀ ପ୍ରସ୍ତାବର ଚିଠା ଆଦି ରହିଛି ।


