କନ୍ୟାଶକ୍ତିକୁ ଚିତ୍ରଣ କଲେ ୨୫ ଚିତ୍ରଶିଳ୍ପୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଶାନ୍ତିସ୍ତୁପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟଠାରେ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୦ ଉପଲକ୍ଷେ ରାଜ୍ୟ ସ୍ୱାସ୍ଥ୍ୟ ଓ ପବିବାର କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆୟୋଜିତ ହୋଇଯାଇଛି ଏକ ଚିତ୍ରକଳା କର୍ମଶାଳା । ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର ୨୫ଜଣ ଛାତ୍ରଛାତ୍ରୀ “କନ୍ୟାଶକ୍ତି : ଅବର୍ଣ୍ଣନୀୟ ଏବଂ ଅଦମ୍ୟ’ ପ୍ରସଙ୍ଗକୁ ନେେଇ ନିଜ ନିଜର ଶୈଳୀରେ ସୃଜନଶୀଳ ଚିତ୍ର ଅଙ୍କନ କରିଥିଲେ । କର୍ମଶାଳାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ସରୋଜ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେିଶିକା ଡ. ପୁଷ୍ପାଞ୍ଜଳି ମିଶ୍ର, ମହାବିଦ୍ୟାଳୟର ସମ୍ପାଦକ ମିହିରକାନ୍ତ ପ୍ରହରାଜ ଓ ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଶୁଭ ଉଦ୍ଘାଟନ କରି କନ୍ୟା ସନ୍ତାନମାନଙ୍କ ଶକ୍ତି ତଥା ସମାଜକୁ ସେମାନଙ୍କ ଅବଦାନ ସମ୍ପର୍କରେ ଶିଳ୍ପୀମାନଙ୍କୁ ଅବଗତ କରାଇଥିଲେ । ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ପିଏନ୍ଡ଼ିଟି ସେଲ୍ର କର୍ମଚାରୀବୃନ୍ଦ କର୍ମଶାଳାରେ ଉପସ୍ଥିତ ରହି ଆବଶ୍ୟକୀୟ ସହଯୋଗ କରିଥିଲେ । ଏହି କର୍ମଶାଳାକୁ ଅଧ୍ୟାପକ ପ୍ରଦୀପ କୁମାର ସାହୁ ଓ ରାମଶଙ୍କର ସାହୁ ପରିଚାଳନା କରିଥିଲେ । ଆଦ୍ୟାଶା ମିଶ୍ର, ପ୍ରଶାନ୍ତି ସାମଲ, ରସ୍ମିତା ଭୂୟାଁ, ଅନନ୍ୟା ମଙ୍ଗରାଜ, ଦିପ୍ତୀମୟୀ ବାରିକ, ଦିପ୍ତିମୟୀ ଚମ୍ପତ୍ତି, ଅର୍ପିତା ଦାସ, ଭାଗ୍ୟଶ୍ରୀ ଜେନା, ସାରଥୀ ପଲାଇ, ଈଶ୍ୱର କୁମାର ମହନ୍ତ, ପ୍ରଶାନ୍ତ ମାଝି, ଶକ୍ତିରଞ୍ଜନ ବାରିକ, ଜ୍ୟୋର୍ତିଦେବ ସିଂ, ସୁଜିତ ମଲ୍ଲିକ, ସୁଧାଂଶୁ ବକ୍ସି, ଅବିନାଶ ସାହୁ, ରାଜେଶ ବିଶ୍ୱାଳ, ଗୁରୁ ପ୍ରସାଦ ପ୍ରଧାନ, ତାପସ ରଞ୍ଜନ ମହାଲିକ, ସୋମେସ ସାହୁ, ରାକେଶ ଦାସ, ସତ୍ୟଜିତ ମହାରଣା, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ଜ୍ୟୋତିପ୍ରଭା ଗଡ଼ନାୟକ, ସରିତା ପାତ୍ର ଓ ରାଜଶ୍ରୀ ନାୟକ ପ୍ରମୁଖ ୨୫ଜଣ ଶିଳ୍ପୀ ୍ରଂଶଗ୍ରହଣ କରିଥିଲେ । ଏହି ଶିବିର ଅବସରରେ ଅଧ୍ୟାପକ ଚନ୍ଦନ କୁମାର ସାମଲ, ମାନସ ରଞ୍ଜନ ନାୟକ, ଲିଙ୍ଗରାଜ ଆଚାର୍ଯ୍ୟ, ଅଧ୍ୟାପିକା ମଧୁସ୍ମିତା ଦାସ, ଲିଙ୍ଗରାଜ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ମାଝୀ, ରବୀନ୍ଦ୍ର ବିଶ୍ୱାଳ, ରଘୁନାଥ ସାହୁ, ଧୀରେନ୍ଦ୍ର ନାୟକ, ପ୍ରିୟବଲ୍ଲଭ ସାହୁ, ଲକ୍ଷ୍ମୀଧର ସ୍ୱାଇଁ, ବିଶ୍ୱଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ ।ଆସନ୍ତା ୨୪ ତାରିଖ ଭୁବନେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପୋଖରୀପୁଟଠାରେ ଶ୍ରେଷ୍ଠ ୫ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।


