କଂଗ୍ରେସ ପକ୍ଷରୁ କରାଯାଇଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ ):ନାଉଗାଁ ବ୍ଳକ କଂଗ୍ରେସ ପକ୍ଷରୁ ଗୁରୁବାର ଖବରଦାତା ସମ୍ମିଳନୀରେ ଯେଉଁ ସବୁ ଅଭିଯୋଗ କରାଯାଇଛି ତାହା ମିଥ୍ୟା ଓ ଭିତିହିନ । ପରାଜୟ ଭୟରେ କଂଗ୍ରେସ ଏପରି ମିଥ୍ୟାରୋପ କରୁଛି । ସାରା ରାଜ୍ୟରେ ବିଜେଡି ସରକାରର ଦବଦବା ରହିଥିବା ବେଳେ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବହୁ ଆଗରେ ଅଛନ୍ତି । ଯାହାକୁ ଦେଖି କଂଗ୍ରେସ ଭୟଭିତ ହୋଇପଡିଥିବା ଶୁକ୍ରବାର ବ୍ଳକ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମତ ପ୍ରକାଶ ପାଇଛି । ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ବ୍ଳକ ନିର୍ବାଚନ କମିଟିର ସଦସ୍ୟ ତଥା ପୂର୍ବତନ ଜିଲା ଉପସଭାପତି ନଟବର ବାରିକ,ବିଜୁ କୃଷକ ଜନତା ଦଳର ଜିଲ୍ଲା ସଭାପତି ତଥା ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ପ୍ରକାଶ ଚନ୍ଦ୍ର ବସ୍ତିଆ,ଯୁବ ସଭାପତି ପ୍ରତ୍ୟୁଷ ପରିଡା,ବରିଷ୍ଠ ଯୁବ ନେତା ପ୍ରଦୀପ୍ତ ସ୍ୱାଇଁ ପ୍ରମୂଖ ଉପସ୍ଥିତ ଥିଲେ । କଂଗ୍ରେସ ଆଣିଥିବା ଅଭିଯୋଗକୁ ଏହି ସମ୍ମିଳନୀରେ ଦୃଢ ନିନ୍ଦା କରାଯିବା ସହିତ ପ୍ରତିବାଦ ମଧ୍ୟ କରାଯାଇଛି । ପ୍ରଶାସନର କୌଣସି କଳକୁ ବିଜେଡି ପକ୍ଷରୁ ବ୍ୟବହାର କରାଯାଉ ନାହିଁ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଏଲିନା ଦାସଙ୍କ ସମୟରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମରେ ମହିଳା ସଙ୍ଗଠନ ମାନ ତିଆରି କରାଯାଇଥିଲା । ସେହି ବିଜେଡି ମହିଳା ସଙ୍ଗଠନ ମାନଙ୍କୁ ଏକତ୍ରିତ କରାଯାଇ ସଭା କରାଯାଉଛି । ଏଥିରେ ସରକାରି କଳର କୌଣସି ଭୂମିକା ନାହିଁ । ସେହିପରି ଜଗତସିଂହପୁର ଏସଭିଏମ କଲେଜରେ ରଂଜିତ ଦାସ ଜଣେ କର୍ମଚାରୀ । ସେ କଲେଜ କ୍ୟାମ୍ପସରେ ଥିବା ସମୟରେ ଅନ୍ୟ ପିଲା ରହିଥିଲେ । ପୋଲିସ ଅଲଗା ପିଲାଙ୍କ ଠାରୁ ବନ୍ଧୁକ ଜବତ କରି ମିଥ୍ୟା କେଶ ଦେଇ ରଂଜିତ ଦାସଙ୍କ ନାମ ସାମିଲ କରିଛନ୍ତି । ଯାହାର ତଦନ୍ତ ମଧ୍ୟ କରାଯିବ ଏବଂ ସତ୍ୟାସତ୍ୟ ପଦାକୁ ଆସିବ । ବିଜୁ ଜନତା ଦଳ ପକ୍ଷରୁ କୈାଣସି ଗୁଣ୍ଡାରାଜକୁ ପ୍ରଶୟ ଦିଆ ଯାଉନାହିଁ । ଶାନ୍ତିଶୃଙ୍ଖଳାରେ ନିର୍ବାଚନକୁ ଶେଷ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ