ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି
ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଭାବେ ବରିଷ୍ଠ ଆଡଭୋକେଟ ସାବିତ୍ରୀ ରଥଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କଲୋଜିୟମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଆଉ ଦୁଇଟି ରାଜ୍ୟର ବିଚାରପତିଙ୍କ ନାମକୁ ମଧ୍ୟ ସୁପ୍ରିମକୋର୍ଟ କଲୋଜିୟମ ସ୍ବୀକୃତି ପ୍ରଦାନ କରିଛନ୍ତି। ସେମାନେ ହେଲେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ଅଭୟ କୁମାର ଆହୁଜା ଏବଂ ଜାମ୍ମୁ ଓ କାଶ୍ମୀରର ବିଚାରପତି ଜାଭେଦ ଇକବଲ ୱାନିଙ୍କ ନାମକୁ ମଧ୍ୟ ସୁପାରିଶ କରିଛନ୍ତି। ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟରେ ବରିଷ୍ଠ ଓକିଲ ଭାବେ ଦୀର୍ଘ ଦିନ ଧରି ଅଭିଜ୍ଞତା ରହିଛି। ସେହି ଅଭିଜ୍ଞତାକୁ ଆଧାର କରି କୋଲେଜିୟମ ତାଙ୍କୁ ବିଚାରପତି ଭାବେ ମନୋନୀତ କରିଛନ୍ତି।


