ବାଲେଶ୍ବରରେ ଅଛନ୍ତି ସର୍ବାଧିକ ଦେହଜୀବୀ

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ମୋଟ୍‌ ୧୦ ହଜାର ୨୧୦ ଜଣ ଦେହଜୀବୀ। ରାଜ୍ୟର ୨୨ଟି ଜିଲ୍ଲାରେ ଦେହଜୀବୀମାନେ ଥିବା ବେଳେ ଆଠଟି ଜିଲ୍ଲାରେ ଜଣେ ବି ଦେହଜୀବୀ ନାହାନ୍ତି। ତେବେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଦେହଜୀବୀ ଥିବା ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ନବ କିଶୋର ଦାସ। ନିକଟରେ ଭୁବନେଶ୍ବରରେ ଚଢ଼ାଉ କରି ଏକାଧିକ ବାଂଲାଦେଶୀ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ପୋଲିସ୍‌। ଏହାସହ ଏହାର ମାଷ୍ଟର୍‌ ମାଇଣ୍ଡଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ସେହିପରି ବାଲେଶ୍ବରର ଏକ ହୋଟେଲ୍‌ରେ ଦେହ ବ୍ୟବସାୟ ହେଉଥିବାର ଏକ ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ଏଥିସହ ରାଜ୍ୟର ଅଧିକାଂଶ ସ୍ଥାନରୁ ହେହଜୀବୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଏ ସଂକ୍ରାନ୍ତରେ ଉତ୍ତର ରଖିଛନ୍ତି ମନ୍ତ୍ରୀ।
ରାଜ୍ୟରେ କେତେ ଦେହଜୀବୀ ଅଛନ୍ତି ଏବଂ ସେମାନଙ୍କ ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ରମେଶ ଚନ୍ଦ୍ର ସାଏ। ଏଥିସହସେମାନଙ୍କୁ ଥଇଥାନ କରିବାକୁ ସରକାର କି ବିକଳ୍ପ ଆତ୍ମନିଯୁକ୍ତି ଦେଇଛନ୍ତି ବୋଲି ପ୍ରଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ୧୦ ହଜାର ୨୧୦ ଦେହଜୀବୀ ଅଛନ୍ତି। ୩୦ ଜିଲ୍ଲାରୁ ୨୨ଟି ଜିଲ୍ଲାରେ ଦେହଜୀବୀ ଅଛନ୍ତି। ୮ଟି ଜିଲ୍ଲାରେ ଆଦୌ ଦେହଜୀବୀ ନାହାନ୍ତି। ବାଲେଶ୍ବରରେ ସର୍ବାଧିକ ୧ ହଜାର ୫୦ ଜଣ ଦେହଜୀବୀ ଥିବାବେଳେ ଢେଙ୍କାନାଳରେ ସର୍ବନିମ୍ନ ୧୫୦ ଜଣ ଦେହଜୀବୀ ଅଛନ୍ତି। ସେହିପରି ଅନୁଗୁଳରେ ୩୦୦ ଜଣ, ଭଦ୍ରକରେ ୬୫୦ ଜଣ, ବଲାଙ୍ଗିରରେ ୪୫୦ ଜଣ, କଟକରେ ୨୫୦ ଜଣ, ଗଜପତିରେ ୩୫୦ ଜଣ, ଗଞ୍ଜାମରେ ୫୫୦ ଜଣ, ଜଗତସିଂହପୁରରେ ୨୫୦ ଜଣ, ଯାଜପୁରରେ ୭୦୦ ଜଣ, କଳାହାଣ୍ଡିରେ ୨୫୦ ଜଣ, କନ୍ଧମାଳରେ ୩୫୦ ଜଣ, କେନ୍ଦ୍ରାପଡ଼ା ୪୦୦ଜଣ ଦେହଜୀବୀ ଥିବା ଜଣାପଡ଼ିଛି। ସେହିପରି କେନ୍ଦୁଝରରେ ୭୦୦ ଜଣ, ଖୋର୍ଦ୍ଧାରେ ୬୧୦ ଜଣ, କୋରାପୁଟରେ ୭୫୦ ଜଣ, ମାଲକାନାଗିରିରେ ୩୦୦ ଜଣ, ମୟୁରଭଞ୍ଜରେ ୭୫୦ ଜଣ, ନୟାଗଡ଼ରେ ୨୫୦ ଜଣ, ନୂଆପଡ଼ାରେ ୫୦୦ ଜଣ, ପୁରୀରେ ୨୫୦ ଜଣ ଏବଂ ସୁନ୍ଦରଗଡ଼ରେ ୪୦୦ ଦେହଜୀବୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ