ଅକ୍ଷୟ ଓ ଧନୁଷଙ୍କ ସହ ରୋମାନ୍ସ କରିବେ ସାରା

ନିର୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଅତରଙ୍ଗୀ ରେ’ ସମ୍ପର୍କରେ ଅନେକ କିଛି ଶୁଣିବାକୁ ମିଳୁଛି। ଅକ୍ଷୟ କୁମାର, ଧନୁଷ ଓ ସାରା ଅଲୀ ଖାନଙ୍କ ଏହି ଫିଲ୍ମ ସମ୍ପର୍କରେ କିଛି ଦିନ ପୂର୍ବେ ଘୋଷଣା ହୋଇଥିଲା। ଯଦିଓ ଏହି ତିନି ଜଣ ଷ୍ଟାରଙ୍କ ଚରିତ୍ର ସମ୍ପର୍କରେ କୌଣସି ଘୋଷଣା ଏ ପର୍ଯ୍ୟନ୍ତ ହୋଇ ନାହିଁ, ତେବେ ବଲିଉଡ୍‌ରେ ଏହାକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି।
ପୂର୍ବରୁ ଶୁଣିବାକୁ ମିଳୁଥିଲା ‘ଅତରଙ୍ଗୀ ରେ’ରେ ଅକ୍ଷୟ ସ୍ବଳ୍ପ ସମୟ ପାଇଁ ଅଭିନୟ କରିବେ ଏବଂ ସାରା ଅଲୀ ଖାନ ଓ ଧନୁଷ ରୋମାନ୍ସ କରିବା ନଜର ଆସିବେ। ଏହି ଯୋଡ଼ିଙ୍କ ଧର୍ମ ଅଲଗା ଅଲଗା ହେବ। କିନ୍ତୁ ନିର୍ଦେଶକ ଆନନ୍ଦ ଏଲ୍‌ ରାୟ ଏହି ଖବରକୁ ଖଣ୍ଡନ କରିଛନ୍ତି। ଅକ୍ଷୟ ଏହି ଫିଲ୍ମରେ କ୍ୟାମିଓ ନୁହେଁ, ବରଂ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ ବୋଲି ଆନନ୍ଦ କହିଛନ୍ତି।
ଏବେ ନୂଆ ଖବର ମୁତାବକ ସାରା ଏହି ଫିଲ୍ମରେ ଡବଲ ରୋଲ୍‌ରେ ନଜର ଆସିବେ। ଏଥିରେ ସେ ଅକ୍ଷୟ ଓ ଧନୁଷଙ୍କ ସହ ଅଲଗା ଅଲଗା ଯୁଗରେ ରୋମାନ୍ସ କରୁଥିବା ଦେଖିବକୁ ମିଳିବ। ସାରାଙ୍କ ଚରିତ୍ର ବିହାରର ହୋଇଥିବାବେଳେ ଧନୁଷ ସାଉଥ୍‌ର ବ୍ୟକ୍ତି ଚରିତ୍ରରେ ଅଭିନୟ କରିବେ। ଉଭୟଙ୍କ କ୍ରସ୍‌ କଲ୍ଚର ଲଭ୍‌ଷ୍ଟୋରୀ ‘ଅତରଙ୍ଗୀ ରେ’ରେ ଦେଖିବାକୁ ମିଳିବ। ଏହି ସିନେମାର ଶୁଟିଂ ମାର୍ଚ୍ଚ ମାସରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏପ୍ରିଲ୍‌ ମାସରେ ଅକ୍ଷୟ ଏହି ଫିଲ୍ମ ଶୁଟିଂ ସହିତ ଯୋଡ଼ି ହେବେ। ଏହି ସିନେମାର ଶୁଟିଂ ୮୦ରୁ ୯୦ ଦିନ ମଧ୍ୟରେ ଅର୍ଥାତ୍‌ ଜୁନ୍‌ ମାସ ସୁଦ୍ଧା ଶେଷ ହୋଇଯିବ। ଏହି ସିନେମାର ପ୍ରଯୋଜନା ଭୂଷଣ କୁମାର ଓ ଅକ୍ଷୟ କୁମାର ମିଳିତ ଭାବେ କରିବେ। ଏହି ଫିଲ୍ମ ୧୪ ଫେବ୍ରୁଆରୀ ୨୦୨୧ରେ ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ