ରାଇରଙ୍ଗପୁରରେ ପ୍ରଥମ ବାର୍ଷିକ ଆନ୍ତଃରାଜ୍ୟ ଇନ୍ଦ୍ରାଣୀ ଗୁପ୍ତା ଓ ଜ୍ୟୋତିଷ ଗୁପ୍ତା କ୍ରିକେଟ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ବହୁ ପ୍ରତିକ୍ଷିତ ଆନ୍ତଃ ରାଜ୍ୟ କ୍ରିକେଟ ଟି-୨୦ ଇନ୍ଦ୍ରାଣି ଗୁପ୍ତା ଓ ଜ୍ୟୋତିଷ ଗୁପ୍ତା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକ ସ୍ନେହାଶୀଷ ସାହୁଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି । ଏହାର ମଧ୍ୟ ଭବ୍ୟ ଆୟୋଜନ କରାଯାଇଥିଲା । ବୁଧବାର ଦିନ ଅପରାହ୍ନରେ ଅଁଳାଡୁବା ନିକଟସ୍ଥ ୩୦୦ ବର୍ଷ ପୂରାତନ ରଘୁନାଥ ଜୀଉ ମଠରୁ କ୍ରିକେଟ ପ୍ରେମୀ ମାନେ ମଶାଲ ପ୍ରଜ୍ବଳିତ କରି ସହର ପରିକ୍ରମା କରି ରାଇରଙ୍ଗପୁର ସହରବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିବା ସହ ଟୁର୍ଣ୍ଣାମେଣ୍ଟର ଟ୍ରଫି ଉନ୍ମୋଚିତ କରିଥିଲେ । କ୍ରିକେଟ ଟୁର୍ଣ୍ଣାମେଣ୍ଟର ମୁଖ୍ୟ କର୍ଣ୍ଣଧାର ଇନ୍ଦ୍ରାଣୀ ଗୁପ୍ତାଙ୍କ ସୁପୁତ୍ର ବିଶିଷ୍ଟ କ୍ରୀଡାପ୍ରେମୀ ଓ କ୍ରୀଡା ସଂଗଠକ ଅନୁରାଗ ଗୁପ୍ତା ଏବଂ ପରିବାର ବର୍ଗ ,ମୟୂର ଗୁପ୍ତା, ଦିଲିପ ମହାନ୍ତି, ଶାନ୍ତନୁ ପଟ୍ଟନାୟକ, ମନୋଜ ଢଣଢଣିଆ,ପଙ୍କଜ ଦାସ, ମନୋଜ ଦାସ (ମଣ୍ଟୁ),ବିଜନ ବରାଳ,ବିଜୟ ରାମ, କିଶୋର ରଜକ,ଦିପ୍ତୀମାନ ବଳ,ଅମିତ ସିଂ ମୋଦକ,ପଞ୍ଚୁ ଲୋହାର,ସଂଜୀବ ସିଂ,ରାଜୁମହାନ୍ତ,ହରିବେହେରା,ଲାରା ମହାନ୍ତି ଏବଂ ଅନ୍ୟ କ୍ରିକେଟ ପ୍ରେମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାଓ ଝାରଖଣ୍ଡର ବଛା ବଛା ୮ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି । ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଖେଳାଳି ମାନଙ୍କୁ ନିଷ୍ଠା, ଧୈର୍ଯ୍ୟ, ଶୃଙ୍ଖଳା,ପରିଶ୍ରମ, କୌଶଳ ଅବଲମ୍ବନ ଏବଂ ପ୍ରତିଯୋଗୀତା ମନୋଭାବ ରଖି ଖେଳିଲେ ନିଶ୍ଚିତ ଲାଭ ହିଁ ଲାଭ ପାଇବା ବୋଲି ପରାମର୍ଶ ଦେଇଥିଲେ ।ପ୍ରଥମ ଦିନ ତଥା ଆଜିର ପ୍ରଥମାର୍ଦ୍ଧରେ ୟୁ ଏଣ୍ଡ ମି କ୍ଲବ, ବାଲେଶ୍ଵର ସହ କରଂଜିଆ କ୍ରିକେଟ କ୍ଲବ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ବାଲେଶ୍ଵର ବିଜୟୀ ହୋଇଥିଲା । ସେହିଭଳି ଦିତୀୟାର୍ଦ୍ଧରେ ଜାମସେଦପୁର ସହିତ ଡି ଆର କେ କ୍ରିକେଟ କ୍ଲବ,ବାରିପଦା ସହ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବାରିପଦା ବିଜୟୀ ହୋଇଥିଲା ।ଓସିଏ କେନାଲ ଅମ୍ପାୟାର ଦୁର୍ଗା ପଟ୍ଟନାୟକ ଏବଂ ଜ୍ୟୋତିଷ ମହାପାତ୍ର ଖେଳ ପରିଚାଳନା କରିଥିଲେ ।ବହୁ ସଂଖ୍ୟାରେ ତଥା ଯୁବକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ