ଗୋଚର ଜମିରେ ବେଆଇନ ଗୋଷ୍ଠିକେନ୍ଦ୍ର ଗୃହ ନିର୍ମାଣ ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୁନ

କେନ୍ଦ୍ରାପଡା – ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ବାସନ୍ତୀଦେବୀ ମନ୍ଦିର ନିକଟରେ ଏକ ଗୋଚର ଜମିରେ ସରକାରୀ ଅନୁଦାନରେ ଗୋଷ୍ଠିକେନ୍ଦ୍ର ନିର୍ମାଣ ପାଇଁ ଯୋଜନା ଚାଲିଥିବା ବେଳେ ଗତ ଅଗଷ୍ଟମାସ ୧ତାରିଖରେ କେନ୍ଦ୍ରାପଡା ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ତହସିଲଦାରଙ୍କ ନିର୍ଦେଶରେ ଭରତପୁର ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇ ସେହି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ । କିନ୍ତୁ ପୁନର୍ବାର ସେହି ଗୋଚର ଜମିରେ ବେଆଇନ ଭାବରେ ଗୋଷ୍ଠିକେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ହେଉଥିବା ସମ୍ପର୍କରେ ତହସିଲଦାର ଶ୍ରୀମତୀ ବାହାଲିଆଙ୍କୁ ଲିଖିତ ଅଭିଯୋଗ କରାଯିବା ପରେ ସେ ତୁରନ୍ତ ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ ଘଟଣା ସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକ ଅଦ୍ୟାବଧି ଘଟଣା ସ୍ଥଳକୁ ଯାଇ ନଥିଲେ କିମ୍ବା ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରିନଥିଲେ । ଏ ସମ୍ପର୍କରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଗୋଚର ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟକୁ ଅଦ୍ୟାବଧି ବନ୍ଦ କରାଯାଇନଥିବା ଅଭିଯୋଗ ହୋଇଛି । ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶୟ ଦିଆଗଲେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଯିବା ସହ ସବୁଠି ଏଭଳି କାର୍ଯ୍ୟର ପୁନରାବୃତି ହେବ । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ