ଅଷ୍ଟ୍ରେଲିଆରେ ଟିକଟକ ବ୍ୟାନ୍ କରାଯିବାକୁ ପ୍ରସ୍ତାବ

ସିଡ୍‌ନୀ: ସାଉଥ୍‌ ଚୀନ ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଭାରତ ପରେ ଏବେ ଅଷ୍ଟ୍ରେଲିଆରେ ମଧ୍ୟ ଟିକ୍‌ଟକ୍‌କୁ ବ୍ୟାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଏକ ଚୀନୀ ଆପ୍‌ ହୋଇଥିବା ବେଳେ ଏଥିରେ ଡାଟା ଚୋରି ହେବାର ସମ୍ଭାବନା ଥିବାରୁ କେତେଜଣ ଅଷ୍ଟ୍ରେଲିଆନ ଲେଜିସଲେଟର ଏହି ଆପ୍‌କୁ ବ୍ୟାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଟିକ୍‌ଟକ୍‌ ମାଲିକ ଏବେ ପର୍ଯ୍ୟନ୍ତ କହି ଆସୁଛନ୍ତି ଯେ ସମସ୍ତ ଡାଟା ଆମେରିକା ଓ ସିଙ୍ଗାପୁର ସର୍ଭରରେ ଷ୍ଟୋର ହେଉଛି। ହେଲେ ଏହାକୁ ଯେ ଚୀନ ସରକାର ନେଇ ନ ପାରିବେ, ତାହା କହିବା ମୁସ୍କିଲ୍‌। ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ ନିକଟରେ ଭାରତ ପ୍ରାୟ ୫୯ଟି ଚୀନୀ ଆପକୁ ବ୍ୟାନ କରିଥିବା ବେଳେ ଏବେ ଅନ୍ୟାନ୍ୟ ଦେଶ ମଧ୍ୟ ଚୀନ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ