ବହୁ ଚର୍ଚ୍ଚିତ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା : ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର , ( ଯୁଗାବ୍ଦ ନ୍ୟୁଜ୍) : ବହୁ ଚର୍ଚ୍ଚିତ ଯୁବ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଖଲ୍ଲିକୋଟ ଏସ୍ଡିଜେମ୍ କୋର୍ଟ ୫ ଜଣ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୪ ମସିହା ମେ ୨୬ ରେ ହୋଇଥିôବା ଯୁବ ସାମ୍ବାଦିକ ନିଜର କତ୍ତବ୍ୟ ସାରି ଘରକୁ ଫେରୁଥିବା ସମୟରେ ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ତର ୁଣ ଆଚାର୍ଯ୍ୟଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଦୀର୍ଘ ୫ ବର୍ଷ ଧରି ମାମଲା ଚାଲିଥିବା ବେଳେ ୪୭ ଜଣ ସାଖି ମାନଙ୍କ ବୟାନକୁ ରେକର୍ଡ କରି ଏସ୍ଡିଜେମ୍ କୋର୍ଟ ଚୁଡାନ୍ତ ରାଏ ଶୁଣାଇଛନ୍ତି । ଅଭିଯୁକ୍ତ କାଜୁ ଗୋଦାମ ମାଲିକ ଶ୍ୟାମସୁନ୍ଦର ପୃଷ୍ଟି , ସନ୍ତୋଷ ମହାରଣା , ସୁରେଶ ଚନ୍ଦ୍ର ସାହୁ , ଶିବରାମ ନାୟକ ,ରମେଶ ରେଡ୍ଡି , ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କାଜୁ ମାଲିକ ଶ୍ୟାମସୁନ୍ଦର ପୃଷ୍ଟି ସୁପ୍ରିମ କୋର୍ଟରେ ବେଲ ପାଇଁ ନିବେଦନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତରଫରୁ ବେଲ ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା ମର୍ଡର କେସର ମୁଖ୍ୟ ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ବୁଡୁ ପଣ୍ଡା ଫେରାର ଅଛି । ମାଷ୍ଟର ମାଇଣ୍ଡକୁ ଶିଘ୍ର ଧରିବା ପାଇଁ କ୍ରାଇମବ୍ରାଞ୍ଚକୁ କହିଛନ୍ତି । ଦୀର୍ଘ ୫ ବର୍ଷ ୧ ମାସ ପରେ ଅଭିଯୁକ୍ତ ମାନଙ୍କ ୁ ଆଚାର୍ଯ୍ୟଙ୍କ ପରିବାରଙ୍କୁ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ସତ୍ୟର ନ୍ୟାୟ ହୋଇଛି ବୋଲି କହିଛନ୍ତି । ୨୦୧୪ ମସିହାରେ ଯୁବ ସାମ୍ବାଦିକ ତରୁଣ ଆଚାର୍ୟ୍ୟ କାଜୁ ଗୋଦାମ ରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପ୍ରସାରଣ ଘଟଣାକୁ କେନ୍ଦ୍ର କରି କାଜୁ ଗୋଦାମ ମାଲିକ ଶ୍ୟାମ ସୁନ୍ଦର ପୃଷ୍ଟି ସୁପାରିଦେଇ ତରୁଣ ଆଚାର୍ଯ୍ୟଙ୍କ ଗଳାକାଟି ହତ୍ୟା କରାଯାଇଥିଲା ।ଦୀର୍ଘ ୫ ବର୍ଷ ପରେ ତରୁଣ ଆଚାର୍ଯ୍ୟଙ୍କ ଆଇନ ଅନୁଯାୟୀ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ସତ୍ୟର ଜୟ ହୋଇଛି ବୋଲି ପ୍ରକାଶ କରିଛନ୍ତି ।