କିସ୍ ଫାଉଣ୍ଡେସନର ଛାତ୍ରୀଛାତ୍ରଙ୍କୁ ମଧ୍ୟ ୨୮ କେଜିର ଏକ କେକ୍ ଉପହାର

ଭୁବନେଶ୍ୱର(ଓ୍ବାଇଏନଏସ): ପ୍ରସିଦ୍ଧ ଶୁଦ୍ଧ ଶାକାହାରୀ ବେକରୀ ବ୍ରାଣ୍ଡ ଗୋକୁଲ ତାଙ୍କର ଗର୍ବ ଓ ସମ୍ପୂର୍ଣ୍ଣତାର ୨୮ ବର୍ଷ ଯାତ୍ରାକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟ ଭଳି ଉତ୍ସବକୁ ପାଳନ କରିଛନ୍ତି। ଏହି ଅବସରରେ ୨୫ କେଜି କେକ୍ କାଟି ଉତ୍ସବକୁ ସ୍ମରଣୀୟ କରାଗଲା। ଗୋକୁଲ ପକ୍ଷରୁ କିସ୍ ଫାଉଣ୍ଡେସନର ଛାତ୍ରୀଛାତ୍ରଙ୍କୁ ମଧ୍ୟ ୨୮ କେଜିର ଏକ କେକ୍ ଉପହାର ଦିଆଯାଇଛି। ଯାହାକି ସେମାନଙ୍କ ପାଇଁ ଏକ ଆନନ୍ଦମୟ ଅନୁଭବ ହୋଇଥିଲା। ଉତ୍ସବ ଦିନରେ ଗୋକୁଲର ସ୍ଥାପକ ସ୍ୱୟଂ ଅମିତ୍ ସିଂଘାନିଆ ଉପସ୍ଥିତ ଥିଲେ। ଯିଏ ରୋଜି’ସ କିଚେନର ମାଲିକ, ଦହିବରା ଏକ୍ସପ୍ରେସ୍‌ର ସ୍ଥାପକ ଏବଂ ସିଇଓ ସୌରଭ ଖଣ୍ଡେଲୱାଲ ଏବଂ ସୋସିଆଲ ମିଡିଆ ଆରଧନା ଓ ରୋହିତ ସହିତ ସହିତ ଏହି ଅବସରରେ ଉପସ୍ଥିତ ହୋଇ ଉତ୍ସବକୁ ଗରିମାମୟ କ୍ରରିଥିଲେ। ଉପସ୍ଥିତ ଅତିଥିମାନେ ଚକୋଲେଟ ୱାର୍କସପ ମଜା ଉଠାଇଥିଲେ, ଯାହା ମୁମ୍ବାଇର ଏକ ପ୍ରଖ୍ୟାତ ଚେଫ ଆସି ଲାଇଭ୍ ଚକୋଲେଟ ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ।  ଗୋକୁଲ ୨୮ ବର୍ଷ ଧଣି ଓଡ଼ିଶାର ଶ୍ରେଷ୍ଠ ଗୁଣମାନ ସହିତ ଶାକାହାରୀ ବେକରୀ, କେକ୍‌, ପେଷ୍ଟ୍ରି ଓ ଚକୋଲେଟ୍ ହେଉଛି। ସେମାନେ ସବୁବେଳେ ନିଜ ଉତ୍ପାଦରେ ପ୍ରାକୃତିକ ଶୁଦ୍ଧ ମୂଳ ଉପାଦାନ ବ୍ୟବହାର କରି ଗ୍ରାହକଙ୍କୁ ସନ୍ତୁଷ୍ଟି ଲକ୍ଷ୍ୟ ରଖିଛନ୍ତି। ଉତ୍ସବ ଦିନରେ ଗୋକୁଲ ତାଙ୍କର ନୂତନ ଉତ୍ପାଦ ‘କୁକାଫା’ ଏବଂ ଦୁବାଇର ପ୍ରସିଦ୍ଧ ଚାକୋଲେଟ ମଧ୍ୟ ଲଚଂ କରିଛନ୍ତି। ଯାହା ଓଡ଼ିଶାର ଖାଦ୍ୟ ପ୍ରେମୀମାନେ ଉପଭୋଗ କରିପାରିବେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ