କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭଷାଣୀ ଉତ୍ସବରେ ଭାଇଚାରାର ନିଦର୍ଶନ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ହେଉଛି ଭାଇଚାରାର ପର୍ବ। ଯାହାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ। ଏହି ପୂଜାରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ଉତ୍ସବକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଛି ସୋମବାର ରାତିରେ ଗଜଲକ୍ଷ୍ମୀ ମେଲଣରେ ପୁରୁଣା ବସଷ୍ଟାଣ୍ଡ ମେଢ ନିକଟରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ମେଲଣ ଉତ୍ସବକୁ ହସଖୁସି ଓ ଉଲ୍ଲାସର ସହିତ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ରଞ୍ଜନ ପ୍ରଧାନ(ମୁନା), ମୀର ଆଲମ, ସେକ ଗୈାଫ୍ରାନ(ଗୋପି),ସତ୍ୟବ୍ରତ ସିଂ, ଗୋଲଖ ଚନ୍ଦ୍ର ପରିଡା, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ