ଜରାଜୀର୍ଣ୍ଣ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଗୃହ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ସରକାର ପ୍ରାଥମିକ ଶିକ୍ଷା କୁ ଗୁରୁତ୍ବ ଦେବା ସହିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପାଇଁ ମାଗଣା ରେ ପୋଷାକ ଠାରୁ ଆରମ୍ଭ କରି ପାଠ୍ୟପୁସ୍ତକ,ଜୋତା, ମଧ୍ୟାହ୍ନ ଭୋଜନ ପରି ଯୋଜନା ଚାଲୁ ରଖିଛନ୍ତି। କିନ୍ତୁ ଏବେବି ଅନେକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ର ଅଭାବ ସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଗୃହ ନଥିବା ଦେଖିବାକୁ ମିଳିଛି। ପୂର୍ବରୁ ନିର୍ମାଣ ହୋଇଥିବା ରୋଷେଇ ଘର ତା ସହିତ ଶ୍ରେଣୀ ଗୃହ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ବଡଡୁମୁରିଆ ପଞ୍ଚାୟତ ର ଚକୁଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ନିର୍ମାଣ ହୋଇଥିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଗୃହ ଟି ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ ହୋଇଥିବା ଦେଖିବାକୁ ମିଳିଛି। ଏହି ଗୃହ ର ଛାତରୁ ପ୍ଲାଷ୍ଟର ଖସିବା ସହିତ କାନ୍ଥ ଭୁଷୁଡି ପଡୁଛି ତା ସହିତ କବାଟ ଝରକା ଗୁଡିକୁ କାନ୍ଥରୁ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଗୃହ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ପିଲା ମାନଙ୍କ ପାଇଁ ପୂର୍ବରୁ ଟାଇଲ ରେ ନିର୍ମାଣ ହୋଇଥିବା ଶ୍ରେଣୀ ଗୃହ ରେ ପାଚିକା ମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ଚକୁଳିଆ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ପିଲା ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଗୃହ ଟି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଅଛି। ତଥାପି ସେହି ଗୃହ ରେ ୧୨୫ ରୁ ଉର୍ଦ୍ଧ୍ବ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଚକୁଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଗୃହ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଠାରୁ ଆରମ୍ଭ କରି ଅଭିଭାବକ ଅଭିଭାବିକା ମାନେ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ର ଅଧିକାରୀ ମାନେ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ରୋଷେଇ ଗୃହ ଯୋଗାଇ ଦେବା ଦିଗରେ ଗୁରୁତ୍ବ ଦେଉ ନାହାନ୍ତି l


