ଓଡ଼ିଆ ପକ୍ଷ ପାଳନ ଅବସରରେ ଆଲୋଚନା ଚକ୍ର

ଛତ୍ରପୁର (ଦେବଦତ୍ତ ମହାରଣା)  : ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ସୃଜନ ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାର ବରପୁତ୍ରଙ୍କ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସୃଜନ ସାହିତ୍ୟ ସଂସଦ ର ସଭାପତି ଡ଼. ପ୍ରଶାନ୍ତ ଶତପଥୀଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା ଛତ୍ରପୁର ଏନଏସିର ୧୦ ନମ୍ବର ୱାର୍ଡ କାଉନ ସିଲର ଦେବାଶିଷ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ଲେଖକ ତଥା ସୁସାହିତ୍ୟିକ ସୁଶାନ୍ତ ଦାଶ,ବିଶିଷ୍ଟ ଶିକ୍ଷାବିତ ଡ଼. ଭି ରାଜେନ୍ଦ୍ର ରାଜୁ, ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀଓ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାରଣା ଯୋଗ ଦେଇ ଓଡ଼ିଶାର ବରପୁତ୍ର ମାନଙ୍କ ବିଷୟରେ ଆଲୋଚନା କରିଥିଲେ । ସେମାନେ କିପରି ନିଜ ଜୀବନକୁ ବାଜି ଲଗାଇ ଆମ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ ସେନେଇ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଠ ସାହିତ୍ୟିକା ମଞ୍ଜୁଳା ତ୍ରିପାଠୀଙ୍କ ପୁସ୍ତକ ନାତି ନାତୁଣୀ ପାଇଁ *କିଛି ଗୀତ କିଛି କବିତା* ଓ *ଆମ ଶିଶୁ ମାନସ* ର ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଛତ୍ରପୁର ସହରର ବହୁ ଲେଖିକା, ସାହିତ୍ୟକା ଏବଂ କବି ମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ସୃଜନ ସାହିତ୍ୟ ସଂସଦ ର ସମ୍ପାଦକ ସୋମନାଥ ସାହୁ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ