ପ୍ରସୂତିକାଳୀନ ଛୁଟିରେ ଥିବା ସମୟରେ ଜଣେ ମହିଳା କର୍ମଚାରୀଙ୍କୁ ବହିଷ୍କାର: ପ୍ରତିବାଦରେ ଛୋଟ ଶିଶୁକୁ ଧରି ଧାରଣାରେ ବସିଲେ ମହିଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପ୍ରସୂତିକାଳୀନ ଛୁଟିରେ ଥିବା ସମୟରେ ଜଣେ ମହିଳା କର୍ମଚାରୀଙ୍କୁ ବେଆଇନ ଭାବେ ଅନ୍ୟାୟରେ ଚାକିରୀରୁ ବହିସ୍କାର କରିବା ପ୍ରତିବାଦରେ ସମ୍ପୃକ୍ତ ମହିଳା ଜଣକ ମେଡ଼ିକାଲ ଗେଟ୍ ସାମ୍ନାରେ ତାଙ୍କ ଛୋଟ ଶିଶୁକୁ ଧରି ଆମରଣ ଅନଶନ ଆରମ୍ଭ କରିଛନ୍ତି.  ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ମେଡ଼ିକାଲରେ  ମେଡ଼ିକାଲ୍ ରେକର୍ଡ ଆସିଷ୍ଟାଣ୍ଟ  ଭାବେ ସଞ୍ଜୁ ବେହେରା ଏଲ୍ ଆଣ୍ଡ କେ ଆଉଟ ସୋରସିଂ ଅଜେନ୍ସୀ ଦ୍ଵାରା ନିଯୁକ୍ତି ପାଇଥିଲେ l କୋଭିଡ ସମୟରେ ମଧ୍ୟ ସଞ୍ଜୁ ବେହେରା କଠିନ କାର୍ଯ୍ୟ ମଧ୍ୟ କରିଥିଲେ l ହେଲେ ଗତ ୨୦୨୩ ମସିହାରେ ସଞ୍ଜୁ ବେହେରା ପ୍ରସୂତିକାଳୀନ ଛୁଟିରେ ଥିବା ସମୟରେ ତାଙ୍କୁ ଅନ୍ୟାୟ ଭାବରେ ଚାକିରିରୁ ବହିଷ୍କାର କରି ତାଙ୍କ ବଦଳରେ ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି l ଛୁଟି ପରେ ଚାକିରୀରେ ଯୋଗ ଦେବାକୁ ସଞ୍ଜୁ ଆସିବା ପରେ ତାଙ୍କୁ ତତ୍କାଳୀନ ମେଡ଼ିକାଲ୍ ଅଧିକାରୀ ଲାଞ୍ଚ ମାଗିଥିଲେ l ଲାଞ୍ଚ ଦେଇ ନ ପାରିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରା ଯାଇଥିଲା ବୋଲି ସଞ୍ଜୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ,ଘଟଣା ନେଇ ସେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ବାରମ୍ବାର ଅଭିଯୋଗ କରି ଆସିଥିଲେ ମଧ୍ୟ ଗୁହାରୀ କେହି  ଶୁଣି ନ ଥିଲେ l ଶେଷରେ ବାଧ୍ୟ ହୋଇ ମେଡିକାଲ୍ ଗେଟ୍ ସାମ୍ନାରେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି. ଚାକିରୀରେ ପୁନଃ ନିଯୁକ୍ତି ସହ ପ୍ରସୂତୀକାଳୀନ ସମୟର ବକେୟା ଦରମାର ଅର୍ଥ ପ୍ରଦାନ ଓ ନିଯୁକ୍ତି ଦେଇଥିବା ମହିଳାଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ କରିବାକୁ ଦାବି କରିଛନ୍ତି l ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆମରଣ ଅନଶନ ଚାଲୁ ରହିବ ବୋଲି ସେ କହିଛନ୍ତି. ହେଲେ ଧାରଣାରେ ବସିଥିବା ସଞ୍ଜୁଙ୍କ ସହ ମୋହନା ମେଡିକାଲ ପକ୍ଷରୁ ଆଲୋଚନା କରାଯାଇ ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ