୧୧ରେ ଭୁବନେଶ୍ୱରରେ ହେବ ସମ୍ବିଧାନ ବଞ୍ଚାଅ ମହାସମାବେଶ

ଆସିକା (ୱାଇଏନ୍‍ଏସ୍‍) : ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାଶଙ୍କ ଆହ୍ୱାନକ୍ରମେ ଆସନ୍ତା ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ମହାସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦଳର ସଂଗଠନ ସଂପାଦକ କେସି ବେଣୁଗୋପାଳଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ଅଧୀନସ୍ଥ ଅଞ୍ଚଳରୁ ଯେପରି ଅଧିକରୁ ଅଧିକ ଦଳୀୟ ନେତା, କଂଗ୍ରେସ ପ୍ରେମୀ, ଦଳର ଯୁବ ଛାତ୍ର ଓ ମହିଳା ସଂଗଠନର କାର୍ଯ୍ୟକର୍ତ୍ତା ଯୋଗଦେଇପାରିବେ ତାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଖମ୍ବେଶ୍ୱରୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ଲୋକସଭା ଆସନର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା, ପ୍ରଭାରୀ ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ସମ୍ବିଧାନ ବଞ୍ଚାଅ ମହାସମାବେଶର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଓଡିଶା ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ବେଶ୍‍ ଉତ୍ସାହ ଦେଖାଦେଇଛି । ଓଡିଶାରେ ବିଜେପି ସରକାର ଆସିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଏହା ପ୍ରଥମ ଓଡିଶା ଗସ୍ତ ହେଉଥିବାରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି । ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ମହାସମାବେଶର ସଫଳତା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ସୁଦୀପ୍ତା ଦାଶ, କଂଗ୍ରେସ ନେତା ବୁଲା ଜେନା, ଚିତ୍ରସେନ ବେହେରା, ମନୋରଂଜନ ଦାଶ, ହରେକୃଷ୍ଣ ରଥ, ଦୀପକ କୁମାର ଭୂୟାଁ, ଶିବ ସାହୁ, ଚିରଞ୍ଜିବୀ ବିଷୋୟୀ, ପଦ୍ମ ସାହୁ, ଶିବ ପ୍ରଧାନଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଦଳୀୟ ନେତା ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସନ୍ତା ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) ଅଧୀନସ୍ଥ ଅଞ୍ଚଳରୁ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଯେପରି ଯୋଗଦେଇପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ