ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପୋଲସରା,(ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ସୂନ୍ଦର ମାଧବ ପାଢ଼ୀ ଭାରତୀୟ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚିରିକିପଡାରେ ପ୍ରଧାନ ଶିକ୍ଷକ ବୁଲୁ ବେହେରାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ନବ ନିଯୁକ୍ତ ଆଇଏଏସ ଅଧିକାରୀଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ। ଜଣେ ଉଦୀୟମାନ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ୱ ନିଜ ନିଷ୍ଠା ଓ ପରିଶ୍ରମରେ ଏତେ ବଡ ପଦବୀର ଅଧିକାର ହୋଇଥିବା ରୁ ଆମ ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଅଟନ୍ତି। ସୂନ୍ଦର ମାଧବ ଙ୍କୁ ଅନୁଶରଣ କରି ସମସ୍ତ ଛାତ୍ରଛାତ୍ରୀ ନିଜନିଜ ଲକ୍ଷରେ ପହଞ୍ଚିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଭଗବାନ ସାହୁ, ସମାଜସେବୀ ରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁ ଓ ରଘୁନାଥ ପ୍ରଧାନ, ସମିତି ସଭ୍ୟ ରଞ୍ଜନ ସାହୁ, ପୀତବାସ ପ୍ରଧାନ, ସିଆରସିସି ଜିତେନ୍ଦ୍ର ପାଢ଼ୀ, ପୁଲିସ ଅଧିକାରୀ ବିମଳ କଅଁର, ସ୍କୁଲ ସଭାପତି ସନ୍ତୋଷ ବିଷୋୟୀ, କେ ନିଳମାଧବ ଆଚାରୀ, ସନ୍ତୋଷ ନାହାକ,ପାଣ୍ଡବ ନାୟକଙ୍କ ସମେତ ଗ୍ରାମବାସୀ, ଅଙ୍ଗନବାଡ଼ି କର୍ମୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନିଜ ବକ୍ତବ୍ୟ ରଖିଥିଲେ। ସୂଚନା ଯେ ସୂନ୍ଦର ମାଧବ ଜଣେ ଅଣପ୍ରଶାସନିକ ଅଧିକାରୀ ରୁ ସିଧା ସଳଖ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ପଦୋନ୍ନତି ପାଇ ଆଜି ଗ୍ରାମରେ ପହଞ୍ଚିବା ପରେ ସୂନ୍ଦର ମାଧବଙ୍କୁ ଗ୍ରାମବାସୀ ପାଛୋଟି ନେଇ ଜଗନ୍ନାଥଙ୍କ ଦର୍ଶନ ପରେ ଉତ୍ସାହର ସହକାରେ ଗ୍ରାମରେ ଢୋଲ ବାଜା ବଜାଇ ଭ୍ରମଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ