ବିକାଶ ବାହାନ ରଥକୁ ସ୍ବାଗତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାସପଙ୍ଗା ପଞ୍ଚାୟତ ବାସନ୍ତୀ ନାଏକ ଙ୍କ ଅଧ୍ୟକ୍ଷତାରେ ବିକାଶ ବାହାନ ରଥକୁ ଭବ୍ୟ ସ୍ବାଗତ କରାଯାଇଛି।ପଞ୍ଚାୟତର କଲ୍ୟାଣ ମଣ୍ତପ ଠାରେ ସ୍ବୟଂସହାୟକ ଗୋଷ୍ଠୀ ମହିଳାମାନ ଙ୍କ ଦ୍ବାରା ଝଟି ଏବଂ କୋଳସ ସ୍ଥାପନ କରି ରଥକୁ ବନ୍ଦାପନା କରିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ର ଭିଡେଓ ବାର୍ତ୍ତା ସମସ୍ତ ପଞ୍ଚାୟତବାସୀ ଦେଖିଥିଲେ।ଏହି ପରିପ୍ରେକ୍ଷୀରେ ଏକ ସଭା ଆୟୋଜନ ହୋଇଥିଲା।ବିକାଶ ବାହାନର କୋର୍ଡିନେଟର ସୁରଜ ଦାସ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ନାଏକ ଏବର୍ଷର ଯୋଜନା ବିଷୟରେ ବିବରଣୀ ପ୍ରଦାନ କରିଥିଲେ।ସୁଭଦ୍ରା ଯୋଜନା,ଲକ୍ଷପତି ଦିଦି,ନାରୀଶକ୍ତି ସଶକ୍ତିକରଣ,ଶୀତଳଭଣ୍ତାର,କାମଧେନୁ ଯୋଜନା,ଜାତୀୟ ଶିକ୍ଷାନିତୀ ୨୦୨୦ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ପ୍ରତ୍ୟେକ ପଞ୍ଚାୟତ ର ଗୋଟିଏ ଲେଖାଏ ଅନୁଷ୍ଠୋତ ହେବ ବୋଲି କହିଛନ୍ତି।ସେହିପରି ସରପଞ୍ଚ ବାସନ୍ତୀ ନାଏକ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ବିସ୍ତୁତ ଭାବେ ବୁଝାଇଥିଲେ।ସମିତିସଭ୍ୟ ସଞ୍ଜୟ କୁମାର ନାଏକ ଯୋଜନା କୁ ଗୁଣି ଚୁପ ବସି ନ ରହିବା,ଏହାକୁ କାର୍ଯ୍ୟରେ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶରତ କୁମାର ମଲ୍ଲିକ ସରକାର ଙ୍କ ଯୋଜନା ସବୁ ବିକାଶ କାର୍ଯ୍ୟରେ ଲାଗି ପାରିବ ବୋଲି ମତବ୍ୟକ୍ତ କରିଥିଲେ।କୃଷି ଅଧିକାରୀ ମମତା ସେଠୀ ଗୋଟିଏ ପରିବାର ପାଇଁ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ବାନ ଦେଇଥିଲେ।ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ୍ବର ମହାନ୍ତ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ସଂମ୍ପର୍କରେ ମତବ୍ୟକ୍ତ କରିରିଥିଲେ।ଶେଷରେ ପଞ୍ଚାୟତ ହିସାବ ରକ୍ଷକ କେଦାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରସ ଯୋଗାଣ ସହାୟକ ବସନ୍ତ କୁମାର ମହାନ୍ତ,ନାଏବ ସରପଞ୍ଚ ଚିନ୍ତାମଣି ମହାନ୍ତ,ବିଏଫଟି ପ୍ରେମାନନ୍ଦ ମହାକୁଡ,ଫକିର ନାଏକ,ରତ୍ନାକର ନାଏକ,ବସନ୍ତ ନାଏକ ସମେତ ସମସ୍ତ ୱାର୍ଡସଭ୍ୟ ସଭ୍ୟା,ଆଶା ଓ ଅଙ୍ଗନୱାଡି ସ୍ବାସ୍ଥ୍ୟକର୍ମୀ,ଗ୍ରମବାସୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ।ଏହାପରେ ବିକାଶ ବାହାନ ରଥକୁ ଗ୍ରାମ ପରିକ୍ରମା କରାଯାଇଥିଲା।