ଭାଟୁଣିଆଁରେ ୧୮ଟିିକିଆ ହାତୀ ପଲ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ସଦର ବନାଞ୍ଚଳ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ନାଳ ନିକଟରେ ୧୮ଟିକିଆ ହାତୀପୋଲ ଡେରା ପକାଇଛନ୍ତି।ଗତକାଲି ସଂନ୍ଧ୍ୟାବେଳେ ଆମ୍ବଡହରା ରୁ ହାତୀପଲ କୁଡିଆ ଘାରା ଟିକରପଡା ଗ୍ରାମଦେଇ କାଦଗଡ ମକରମେଳା ପଡିଆ ଠାରୁ ରେଳଲାଇନ ଅତିକ୍ରମ କରି ଭଣ୍ତାନାଳୀ ସାହି ଆମ୍ବତୋଟାରେ ପହଞ୍ଚିଥିଲେ କ୍ଷେତରେ ହୋଇଥିବା ଫସଲକୁ ସୁରକ୍ଷା ଦେବାକୁ ଟିକରପଡା, କୁଡିଆଘରା, ମହାଦେଇଯୋଡା, କାଦଗଡ, ଭାଟୁଣିଆଁନରସିଂହପୁର, କେନ୍ଦୁପୋଶି ଗ୍ରାମର ଚାଷୀଙ୍କ ସମେତ ପଳାସପଙ୍ଗା ବନପାଳ ଜୟକୃଷ୍ଣ ଦାସ, ସ୍କ୍ବାର୍ଡ କର୍ମଚାରୀ ଓ ଶତାଧିକ ସ୍ଥାନୀୟ ଲୋକେ ହାତୀପଲଙ୍କୁ ଘୋଉଡାଇଥିଲେ। ଆଜି ସକାଳେ ଭାଟୁଣିଆଁ ନାଳରେ ହାତୀପଲ ରହିଯାଇଥିଲେ।ତେବେ ହାତୀପଲ ଯେଉଁ ଗତିବିଧି ଦେଇ ଚଳାଚଳ କରିଛନ୍ତି,ବାଡିବଗିଚାରେ ହୋଇଥିବା ବିଭିନ୍ନ ପରିପରିବା ଫସଲ ଖାଇବା ସହିତ ଅଧିକ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ସକାଳେ ହାତୀପ ଙ୍କୁ ଦେଖିବାକୁ ଜନଗହଳି ଲାଗି ରହିଥିଲା। ବନବିଭାଗ କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଵାବେଳେ ସଂନ୍ଧ୍ୟା ହେଲେ ଘଞ୍ଚଜଙ୍ଗଲକୁ ଘଉଡାଇବାକୁ ଲକ୍ଷ ରଖିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।