ହେରା ପଞ୍ଚମୀରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଆଡପ ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ

ଆସିକା (ୱାଇଏନ୍‍ଏସ୍‍) ହେରା ପଞ୍ଚମୀ ଅବସରରେ ମଙ୍ଗଳବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଆଡପମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ରଥଯାତ୍ରାର ଚତୁର୍ଥ ଦିବସରେ ଶ୍ରୀମନ୍ଦିର ନୀତି ଅନୁସରଣରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀଜିଉମାନେ ଘୋଷଯାତ୍ରା ଠାରୁ କ୍ରମାନ୍ୱୟରେ ମତ୍ସ୍ୟ, କଚ୍ଛପ ଓ ବରାହ ଅବତାରରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବା ପରେ ମଙ୍ଗଳବାର ନୃସିଂହ ଅବତାର ବେଶ ଧାରଣ କରିଥିଲେ । ମହାପ୍ରଭୁଙ୍କର ଏହି ଦୃର୍ଲଭ ନୃସିଂହ ଅବତାର ବେଶ ଦର୍ଶନ କରି ଭକ୍ତ ବିମୋହିତ ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଦୀପ, ଧୂପ ଓ ଭୋଗରାଗ ଲଗାଇ ଶ୍ରୀଜିଉଙ୍କ ପୂଜାର୍ଚ୍ଚନାରେ ମଜି ଯାଇଥିଲେ । ମଙ୍ଗଳବାର ହେରା ପଞ୍ଚମୀ ତିଥି ଅବସରରେ ସକାଳୁ ସକାଳୁ ଆଡପମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନୀରେ ଆଡପ ମଣ୍ଡପ ଗୁଡିକ ପ୍ରକମ୍ପିତ ହୋଇପଡିଥିଲା । ଆସିକା ଏନ୍‌ଏସି ଅଧିନସ୍ଥ ଲାଲାଗୋର୍ଜୀ ଛକ, ବଜାର ସାହି, ଖମ୍ବେଶ୍ୱରୀପାଟଣା, ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର, ଚିନିଶିଳ୍ପ ନୂଆଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିିଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଆଡପ ମଣ୍ଡପ ଗୁଡିକରେ ଦାରୁଦିଅଁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିଲା ବେଳେ ମଙ୍ଗଳବାର ହେରାପଞ୍ଚମୀ ତିଥୀରେ ଚତୁôର୍ଦ୍ଧା ମୂର୍ତ୍ତିଙ୍କୁ ନୃସିଂହ ଅବତାରରେ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରିଥିଲେ । ଏଥିପାଇଁ ଆଡପ ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଥିଲା ବେଳେ ଚିିନିଶିଳ୍ପ ନୁଆଗାଁ ଆଡପ ମଣ୍ଡପରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରଥଯାତ୍ରାର ଚତୁର୍ଥ ଦିବସରେ ଜଗତର ନାଥ ଜଗନ୍ନାଥ ନୃସିଂହ ଅବତାରରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟୁଷରୁ ଆଡପ ମଣ୍ଡପ ଗୁଡିକରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ବ୍ରହ୍ମାଣ୍ଡର କର୍ତ୍ତା ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ