ଟ୍ରେନରୁ ପଡି ଦାଦନ ଶ୍ରମିକ ମୃତ
ଛତ୍ରପୁର,(ଓ୍ବାଇଏନଏସ) :ଗଞ୍ଜାମରେ ଦିନକୁ ଦିନ ବଢୁଛି ଦାଦନ ଦୁଖଃ । ରୋଜଗାର ନମିଳିବାରୁ ପେଟ ପାଇଁ ଦାଦନ ହୋଇ ରାଜ୍ୟ ବାହାରକୁ ଯାଇ ଶବ ହୋଇ ନିଜ ଭିଟାମାଟି ଫେରୁଛନ୍ତି । ଆଉ କିଛି ଘଂଟା ହୋଇଥିଲେ ଘରେ ପହଂଚିଥାନ୍ତେ କିନ୍ତୁ ଘରକୁ ଶବ ହୋଇ ଫେରିଲେ । ଏହିପରି ଘଟଣା ଛତ୍ରପୁର ବ୍ଲକ ସୁନ୍ଦରପୁର ଅଚଂଳରେ ଘଟିଛି । ସୁନ୍ଦରପୁର ତଳସାହି ଶଙ୍କର ପ୍ରଧାନଙ୍କ ସାନ ପୁଅ ସୂର୍ଯ୍ୟ ନାରାୟଣ ପ୍ରଧାନ(୨୬) ଚେହ୍ନାଇ ରୁ ଟ୍ରେନ ଯୋଗେ ନିଜ ଭିଟାମାଟିକୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶ କାକିନଡା ନିକଟରେ କୈଣସି କାରଣ ବସତଃ ଟ୍ରେନରୁ ଖସି ପଡିଯାଇଥିଲେ । ଘଟଣା ସ୍ଥଳରେ ହିଁ ସୂର୍ଯ୍ୟ ନାରାୟଣଙ୍କ ମୃତ୍ୟୁ ଘଟିଥିଲା । ସେହି ଟ୍ରେନରେ ବାପା ,ମା ଓ ସୂର୍ଯ୍ୟ ନାରାୟଣ ଫେରୁଥିବା ବେଳେ ଏହି ଦୁଖଃଦ ଘଟଣା ଘଟିଥିଲା । ଦୁଇ ବର୍ଷ ତଳେ ପରିବାର ପ୍ରତିପୋଷଣ ପାଇଁ ଚେହ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ । ଘଟଣାର ଖବର ପାଇଁ ସ୍ଥାନୀୟ ଜିଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି କାଳିଆ ନାହାକ ଘଟଣା ସ୍ଥାଲରେ ପହଂଚି ଶବ କିପରି ନିଜ ଭିଟାମାଟିକୁ ଫେରିବ ତାହାର ବ୍ୟବସ୍ଥା କରିବା ସହ ଜିଲା ପ୍ରଶାସନକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲାଦର ମନୋଜ ପ୍ରଧାନ ମୃତକଙ୍କ ଘରେ ପହଂଚି ମୃତକଙ୍କ ମା ଙ୍କୁ ୩୦ ହଜାର ଟଙ୍କାର ରେଡକ୍ରସରୁ ସହାୟତା ପ୍ରଦାନ କରିଥିଲେ । କିଛି ମାସ ମଧ୍ୟରେ ଗଞ୍ଜାମ ଜିଲାରେ ଏହିପରି ଦୁଖଃଦ ଘଟଣା ଦେଖିବାକୁ ମିଳୁଛି । ଦାଦନ ହୋଇ ଯାଇ କିଏ ତ ନି୍ର୍ଯାତନ ହେଉଛି ତ କିଏ ଶବ ହୋଇ ଗାଁ କୁ ଫେରୁଛି ।


