ସଦର ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ମିଶ୍ରଣ ପର୍ବ
ବାଲେଶ୍ବର(ସରୋଜ ପଣ୍ଡା): ଭାରତୀୟ ଜନତା ପାର୍ଟିର ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ମାନସ କୁମାର ଦତ୍ତ ଓ ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରା ଉପସ୍ଥିତି ରହି ଆୟୋଜିତ କାର୍ଯ୍ୟକ୍ରମରେ ନବାଗତ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଏଥିରେ ଛାନୁଆ ପଂଚାୟତରୁ ବିଜୁ ଜନତା ଦଳର ଶତାଧିକ ଯୁବ ନେତୃତ୍ୱ ବିଜେପିରେ ସାମିଲ ହୋଇଥିଲେ । ବିଶ୍ୱର ସର୍ବୋଚ୍ଚ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦିଙ୍କ ଆଦର୍ଶ ତଥା ତାଙ୍କ ନେତୃତ୍ୱରେ ଦେଶରେ ଏଗାର ବର୍ଷ ଧରି ଚାଲିଥିବା ସରକାରଙ୍କ ଜନକଲ୍ୟାଣକାରୀ ଶାସନ ସହିତ ରାଜ୍ୟରେ ନବ ଗଠିତ ମୋହନ ମାଝୀଙ୍କ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଥିଲେ । ପ୍ରତ୍ୟେକ ନୂତନ ସଦସ୍ୟ ଅନ୍ୟ ସଦସ୍ୟମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଦେଶ ସହିତ ରାଜ୍ୟର ବିକାଶରେ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ ସମ୍ପାଦନ ପାଇଁ ବ୍ରତୀ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଶେଷ କରି ଛାନୁଆ ପଂଚାୟତର ଜନସାଧାରଣଙ୍କ ପ୍ରତ୍ୟେକଟି ସମସ୍ୟା ନିବାରଣ ପାଇଁ ସର୍ବଦା ଉଦ୍ୟତ ହେବାକୁ ବିଧାୟକ ଶ୍ରୀ ଦତ୍ତ ଆହ୍ୱାନ ଦେଇଥିଲେ । ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଲୋକନାଥ ଭୂୟାଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ଭାଗ୍ୟଧର ଦାସ, ବିଜୟ ଦାସ, ବିଜୟ ନାୟକ, ରାମଚନ୍ଦ୍ର ମହାନ୍ତି, ସତ୍ୟ ରାଉତ, ମହେଶ୍ୱର ଦାସ, ହରିପଦ ମୁଖୀ, କମଳ ସାହୁ, ଇଶ୍ୱର ଚନ୍ଦ୍ର ବାରିକ, ବରେନ୍ଦ୍ର ନାୟକ, ହରେନ୍ଦ୍ର ରାଉତ, ଚନ୍ଦନ ନାୟକ, ରାମଚନ୍ଦ୍ର ମାଝୀ, ଗଜେନ୍ଦ୍ର ମାଝୀ, ସତ୍ୟ ପାତ୍ର, ରଞ୍ଜନ ଦାସ ପ୍ରମୁଖ ନେତା ଏଥିରେ ଉପସ୍ଥିତ ରହି ନବାଗତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ରବୀନ୍ଦ୍ର ନାୟକ, ଦେବାଶିଷ ଜେନା, ନିତ୍ୟାନନ୍ଦ ସାହୁ, ସନ୍ତୋଷ ବାରିକ, ଗୌରାଙ୍ଗ ମହାନ୍ତି, ଲକ୍ଷ୍ମୀଧର ମୁଖୀ, ଚନ୍ଦନ ପାତ୍ର, ମାନସ ମଣ୍ଡଳ, ମନୋଜ କୁମାର ଜେନା, ଗୁରୁପଦ ଜେନା, ଚକ୍ରଧର ଜେନା, ସୁବିର ବାରିକ, ଅମିତାଭ ସୁକୁଲ, ସଞ୍ଜୟ ମୁଖୀ, ଗୌରାଙ୍ଗ ଜେନା, ସୁହଲ ମାଇତି ଏବଂ କଂଗ୍ରେସ ଦଳର ବଳରାମ ଜେନା ଓ ମହେନ୍ଦ୍ର ନାୟକ ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ । ସଦର ବିଧାୟକ ଶ୍ରୀ ଦତ୍ତଙ୍କ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଓ ଆଦର୍ଶ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ତଥା ଜନକଲ୍ୟାଣକାରୀ ଯୋଜନା ପ୍ରତି ଆକୃଷ୍ଟ ହୋଇ ସେମାନେ ଦଳରେ ସାମିଲ ହେବା ନିମନ୍ତେ ନିଷ୍ପତ୍ତି ନେଇଥିବା ନବାଗତ ସଦସ୍ୟମାନେ ଏହି ଅବସରରେ କହିଥିଲେ ।