ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହି ବସ୍

ଗଜପତି (ଓ୍ବାଇଏନଏସ): ପୁଣି ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ବସ ଦୁର୍ଘଟଣା । ଏକ ବଡ଼ ଅଘଟଣ ରୁ ବର୍ତ୍ତିଲା ଯାତ୍ରୀବlହି ବସ । ନାୟକ ଏଣ୍ଡ ନାୟକ ନାମକ ଏକ ଯାତ୍ରୀବାହି ବସ ଗଜପତି ଜିଲ୍ଲା ଜିରାଙ୍ଗ ଓ ମୋହନା ଦେଇ  ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ତପ୍ତପାଣି ଘାଟି ବେଲଗଡ଼ ଗାଁ ନିକଟରେ ବସ ଟି ଭାରସାମ୍ୟ ହରାଇଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣ ରୁ ବର୍ତ୍ତୀ ଯାଇଛନ୍ତି 30  ରୁ ଉର୍ଦ୍ଧ ଯାତ୍ରୀ । ବସ ଟି ଘାଟି ରାସ୍ତାର ତଳକୁ ଖସି ଯିବ। ସହ ବୁଦା ଭିତରକୁ ପଶି ଯାଇଛି । ଘଟଣା ସ୍ଥଳ ଠାରୁ ଆଉ କିଛି ଦୂରରେ ଏକ ବଡ଼ ଟର୍ଣ୍ଣିଙ୍ଗ ରହିଛି । ଯେଉଁଠି ଦୁର୍ଘଟଣା ର ବ୍ଲାକସ୍ପଟ ଥିବା ସହ ପୂର୍ବରୁ ବହୁ ଦୁର୍ଘଟଣା ସେହି ସ୍ଥାନରେ ଘଟିଛି । ଖବର ପାଇ ପୋଡାମାରି ଫାଣ୍ଡି ପୋଲିସ ଓ ସ୍ଥାନୀୟ ଲୋକେ  ଘଟଣା ସ୍ଥଳରେ ପହଞ୍ଚି ବସରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ ରେ ଯିବା ବ୍ୟବସ୍ଥା କରିଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ