ବାଲେଶ୍ୱରରେ ୫କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଗୋଶାଳା

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସହରରେ ରାଜ୍ୟ ସରକାରଙ୍କ ଅନୁଦାନରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଗୋଶାଳା । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବ ଏହି ପ୍ରକଳ୍ପ । ଏଥିପାଇଁ ବିଭାଗ ପକ୍ଷରୁ ୫କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ବୋଲି ସଦର ବିଧାୟକ ମାନସ କୁମାର ଦତ୍ତ ସୂଚନା ଦେଇଛନ୍ତି । ଏକ ଅତ୍ୟାଧୁନିକ ଗୋଶାଳା ପ୍ରତିଷ୍ଠା ନିମନ୍ତେ ପୂର୍ବରୁ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ପ୍ରସ୍ତାବ ସହ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାର ଏବେ ଏହି ପସ୍ତାବକୁ ଗ୍ରହଣ ପୂର୍ବକ ଅନୁମୋଦନ କରିଛନ୍ତି । ଏହା ପରେ ଏଥିପାଇଁ ସ୍ଥାନ ନିରୂପଣ ସହିତ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ଦିଗରେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକଳ୍ପର ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିଧାୟକ ଶ୍ରୀ ଦତ୍ତକୃତଜ୍ଞତା ଜଣାଇଛନ୍ତି । ଖୁବ ଶୀଘ୍ର ଏହି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ